Latest Odisha News

BREAKING NEWS

ମାନବ କମ୍ପ୍ୟୁଟର ‘ଶକୁନ୍ତଳା ଦେବୀ’ଙ୍କୁ ମିଳିଲା ଗିନିଜ୍ ୱାଲ୍ଡ ରେକର୍ଡସର ସାର୍ଟିଫିକେଟ୍‌

ନୂଆଦିଲ୍ଲୀ: ମାନବ କମ୍ପ୍ୟୁଟର ଭାବେ ସୁପରିଚିତ ‘ଶକୁନ୍ତଳା ଦେବୀ’ଙ୍କୁ ଗିନିଜ୍ ୱାଲ୍ଡ ରେକର୍ଡସ୍ ପକ୍ଷରୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଗତ ଜୁଲାଇ ୩୦ ତାରିଖ ଦିନ ଔପଚାରିକ ଭାବେ ଗିନିଜ୍ ୱାଲ୍ଡ ରେକର୍ଡସ୍ ଏହି ସାର୍ଟିଫିକେଟକୁ ତାଙ୍କ ଝିଅ ଅନୁପମାଙ୍କୁ ହସ୍ତାନ୍ତର କରିଛନ୍ତି ।

ଆମାଜନ୍ ପ୍ରାଇମ୍ ଭିଡିଓରେ ଆଜି ରିଲିଜ ହେଉଥିବା ଶକୁନ୍ତଳା ଦେବୀ ବାୟୋପିକ ଫିଲ୍ମରେ ବିଦ୍ୟା ବାଲାନ୍ ଅଭିନୟ କରିଛନ୍ତି । ଫିଲ୍ମରେ ବିଦ୍ୟା ଜିନିୟସ୍ ମ୍ୟାଥ୍ ମାଟିସିଆନ୍ ଶକୁନ୍ତଳା ଦେବୀଙ୍କ ଚରିତ୍ରରେ ନଜର ଆସୁଥିବା ବେଳେ ତାଙ୍କ ଝିଅ ଭୂମିକାରେ ନଜର ଆସିଛନ୍ତି ସାନିୟା ମଲହୋତ୍ରା ।

ଏହି ରେକର୍ଡ ୧୯୮୦ ମସିହାରେ ବ୍ରିଟେନର ଇମ୍ପୋରିଆଲ୍ କଲେଜ ଅଫ୍ ଲଣ୍ଡନରେ ବନାଇଥିଲେ । ଯେଉଁଥିରେ ମାତ୍ର ୨୮ ସେକେଣ୍ଡରେ ସେ କଠିନ ଗଣିତକୁ ସମାଧାନ କରି ପାରିଥିଲେ ।

ସୋନି ଏଣ୍ଟରଟେନମେ‌ଣ୍ଟ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମରେ ସାନିଆ ମଲହୋତ୍ରା ଓ ଜୀଶୁ ସେନଗୁପ୍ତା ପ୍ରମୁଖ ଭୂମିକାରେ ରହିଛନ୍ତି।

Leave A Reply

Your email address will not be published.