ସୁରଟ: ଶ୍ରଦ୍ଧା, ଭକ୍ତି ଓ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ଥିବା ଯୋଗୁ ଗୁରୁବାର ସୁରଟରେ ଏକ ଚମତ୍କାର ଘଟଣା ଘଟିଛି । ୩୬ ବର୍ଷୀୟା ଦୟାବେନ ବୁଧେଲିୟାଙ୍କ ବ୍ରେନ ଭିତରେ ଶୀରା ମଧ୍ୟରେ ଗଣ୍ଠି ପଡି ଯାଇଥିଲା । ତାଙ୍କୁ ବଂଚାଇବା ପାଇଁ ସର୍ଜରୀ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଡାକ୍ତର ତାଙ୍କୁ ଆୱେକ ଆନାସ୍ତେସିଆ ଦେଇଥିଲେ । ଯାହା ଫଳରେ ରୋଗୀ ଯନ୍ତ୍ରଣା ବ୍ୟତୀତ ସବୁ କିଛି ଜାଣିପାରିବ ।
ଦୟାବେନ୍ଙ୍କୁ ସବୁ କଥା କୁହାଯିବା ପରେ ସେ ଗୀତାର ଶ୍ଲୋକ ପଢ଼ିବା ପାଇଁ ଅନୁମତି ମାଗିଥିଲେ । ଏ ପେଟ ଅପେରେଶନ ଚାଲିଥାଏ, ସେପଟେ ଦୟାବେନ୍ ଗୀତା ଆବୃତି କରି ଚାଲିଥାନ୍ତି । ଅପରେଶନ ସଫଳ ହେଲା ଏବଂ କିଛି ଦିନ ମଧ୍ୟରେ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ମିଳି ଯାଇଥିଲା । ତାଙ୍କୁ ଅପେରେଶନ କରୁଥିବା ଡାକ୍ତର କଳ୍ପେଶ ଶାହା ଏଥି ନେଇ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ଜୀବନରେ ୯ହଜାରରୁ ଅଧିକ ଅପରେଶନ କରିଛି ମାତ୍ର ଏହା ଏକ ଚମତ୍କାର ଥିଲା ବୋଲି ସେ କହିଛନ୍ତି ।
Comments are closed.