ନୂଆଦିଲ୍ଲୀ:ଏକ ରିସର୍ଚ୍ଚ ପ୍ରିଭ୍ୟୁ ଭାବରେ OpenAI ସାରା ବିଶ୍ୱରେ GPT-4.5କୁ ଲଞ୍ଚ କରିଛି । ବିଶେଷ କଥା ହେଉଛି ଏହା ମଣିଷ ପରି ଆପଣଙ୍କ ଭାବନାକୁ ବୁଝି ପାରେ । କମ୍ପାନୀ ଦାବି କରିଛି ଯେ, ପୂର୍ବ ଏଆଇ ମଡେଲ ତୁଳନାରେ ଏହି AI ମଡେଲ୍ ପାର୍ଟନଗୁଡ଼ିକୁ ଚିହ୍ନିବା, ସଂଯୋଗ ସ୍ଥାପନ କରିବା ଏବଂ ସୃଜନଶୀଳ ଜ୍ଞାନ ସୃଷ୍ଟି କରିବାରେ ଅଧିକ ସକ୍ଷମ ଅଟେ । ଯଦିଓ OpenAI ଏହି ନୂତନ ମଡେଲକୁ ପ୍ରଶଂସା କରିଛନ୍ତି । କିନ୍ତୁ ସିଇଓ ସାମ ଅଲ୍ଟମାନ ଏକ୍ସରେ ଏହାର କିଛି ଦୁର୍ବଳତା ବିଷୟରେ ଦର୍ଶାଇଛନ୍ତି ।
OpenAI ଅନୁଯାୟୀ, GPT-4.5 ଏପରି ଭାବରେ ବିକଶିତ ହୋଇଛି ଯେ ଏହା “ମିଥ୍ୟା ଉତ୍ତର ” ପ୍ରଦାନ କରିବାର ସମ୍ଭାବନାକୁ କମ୍ କରିଥାଏ ।
OpenAI ଲାଇଭ ଲଞ୍ଚ ସମୟରେ କହିଛି ଯେ, GPT-4.5 ଅନ୍ୟ ମଡେଲ ଅପେକ୍ଷା ଅଧିକ ସ୍ବାଭାବିକ ବାର୍ତ୍ତାଳାପ କରେ । ଉନ୍ନତ ଜ୍ଞାନ ଆଧାର , ୟୁଜରଙ୍କ ଉଦ୍ଦେଶ୍ୟକୁ ବୁଝିବା ପାଇଁ ଅଧିକ କ୍ଷମତା , ଭାବପ୍ରବଣ ବୁଦ୍ଧି (EQ)କୁ ଉନ୍ନତ କରାଯାଇଛି ।
OpenAI ଗବେଷକ ରାଫେଲ ଗୋଣ୍ଟିଜୋ ଲୋପ୍ସ କହିଛନ୍ତି, “ଆମେ GPT-4.5କୁ ଏକ ଉତ୍ତମ ସହଯୋଗୀ ହେବା ପାଇଁ ପରିକଳ୍ପନା କରିଛୁ। ଏହା ବାର୍ତ୍ତାଳାପକୁ ଅଧିକ ଉନ୍ନତ , ଅଧିକ ସହଜ ଏବଂ ଭାବପ୍ରବଣ କରିଥାଏ । ”
OpenAI ସିଇଓ ସାମ ଅଲ୍ଟମ୍ୟାନ କହିଛନ୍ତି ଯେ, GPT-4.5 ହେଉଛି ପ୍ରଥମ AI, ଯାହା ସହିତ କଥାବାର୍ତ୍ତା ହେଲେ ଏପରି ଅନୁଭବ ହୁଏ, ଯେପରି ଜଣେ ବୁଦ୍ଧିମାନ ମଣିଷ ସହିତ କଥାବାର୍ତ୍ତା ହେଉଛନ୍ତି । କିନ୍ତୁ ଏହା ଅତ୍ୟନ୍ତ ଶକ୍ତିଶାଳୀ, ତେଣୁ ଏହାକୁ ଚଳାଇବା ପାଇଁ ବହୁତ ଖର୍ଚ୍ଚ ହୁଏ, କାରଣ ଏହା ଏକ ଶକ୍ତିଶାଳୀ କମ୍ପ୍ୟୁଟର (GPU ଶକ୍ତି) ଆବଶ୍ୟକ କରେ । ଏବେ ଏହା କେବଳ ChatGPT pro ୟୁଜରଙ୍କ ପାଇଁ ଉପଲବ୍ଧ ।
ଆସନ୍ତା ସପ୍ତାହରେ ଏହା Plus ଏବଂ Team ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ ଏବଂ କିଛି ସପ୍ତାହ ପରେ ଏହା Enterprise ଏବଂ Education ୟୁଜରମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ । କିନ୍ତୁ ସମସ୍ତ ୟୁଜର ସର୍ଚ୍ଚ, କାନଭାସ୍ ଏବଂ ଫାଇଲ୍ ଅପଲୋଡ୍ ଭଳି ଫିଚର ବ୍ୟବହାର କରିପାରିବେ ।
Comments are closed.