Latest Odisha News

BREAKING NEWS

ଅପରେଶନ ଗଙ୍ଗା: ୟୁକ୍ରେନରୁ ୨୧୯ ଛାତ୍ର ନେଇ ମୁମ୍ବାଇରେ ପଂହଚିଲା ଏୟାର ଇଣ୍ଡିଆ ବିମାନ

ମୁମ୍ବାଇ: ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ଯୋଗୁ ସେଠାରେ ଅନେକ ଭାରତୀୟ ଫସି ରହିଥିଲେ । ଭାରତ ସରକାରଙ୍କ ଉଦ୍ୟମ ଏବଂ ଅପେରଶନ ଗଙ୍ଗା ମାଧ୍ୟମରେ ଶନିବାର ୟୁକ୍ରେନରୁ ପ୍ରଥମ ବ୍ୟାଚରେ ୨୧୯ ଭାରତୀୟ ଛାତ୍ର ମୁମ୍ବାଇରେ ପଂହଚିଛନ୍ତି । ଏଠାରେ ପାଦ ଦେବା ପରେ ଛାତ୍ରମାନଙ୍କ ମୁହଁରେ ଆଶ୍ୱସ୍ତିଭାବ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାରଙ୍କୁ ଛାତ୍ରମାନେ ଏ ନେଇ ଧନ୍ୟବାଦ ଜଣାଇଛନ୍ତି । ଛାତ୍ରମାନଙ୍କୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଏଆଇ-୧୯୪୩ ସ୍ୱତନ୍ତ୍ର ବିମାନକୁ ପଠାଯାଇଥିଲା । ମୁମ୍ବାଇ ଛତ୍ରପତି ଶିବାଜୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଏହା ରାତି ୮ଟାରେ ପଂହଚିଥିଲା ।

କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ଛାତ୍ରମାନେ ପଂହଚିବା ପରେ ମାତୃଭୂମିକୁ ଆପଣଙ୍କୁ ସ୍ୱାଗତ ବୋଲି କହିଥିଲେ । ଛାତ୍ରମାନଙ୍କୁ ଜଳଖିଆ ଏବଂ ଅନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା ପରେ ଖୁବ ଶୀଘ୍ର ନିଜ ନିଜ ଘରକୁ ପଠାଇବା ପାଇଁ ବନ୍ଦୋବସ୍ତ କରାଯିବ ବୋଲି ଆଶ୍ୱସନା ଦେଇଛନ୍ତି ।

Comments are closed, but trackbacks and pingbacks are open.