ବିନା ଆନାସ୍ଥେସିଆରେ ହେଲା ମହିଳାଙ୍କର ଅପରେସନ । ଜୋରଜବରଦସ୍ତ ହାତ ଗୋଡ ଧରି ମୁହଁ ବନ୍ଦ କରିକି କରାଗଲା ବନ୍ଧ୍ୟାକରଣ ଅପରେସନ । ଏମିତି ଘଟଣା ଘଟିଛି ବିହାରର ଖାଗଡିଆ ଜିଲ୍ଲାରେ ।
ଏହି ଜିଲ୍ଲାର ଅଲୋଲି କମ୍ୟୁନିଟି ହେଲଥ ସେଣ୍ଟରରେ ପରିବାର ନିୟନ୍ତ୍ରଣ ଯୋଜନାରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଉଥିଲା । ଏହି ଅସ୍ତ୍ରୋପଚାର ପାଇଁ ଅନେକ ମହିଳା ଆସିଥିଲେ । ହେଲେ ମହିଳାମାନଙ୍କର ଅସ୍ତ୍ରୋପଚାର ଯେପରି ଅମାନବୀୟ ଭାବେ କରାଗଲା ତାହା ବିହାର ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇବାକୁ ବାଧ୍ୟ କରିଛି ।
ଆସିଥିବା ମହିଳାମାନଙ୍କର ବିନା ନିଶା ଇଞ୍ଜେକସନରେ ଅପରେସନ କରାଯାଇଥିଲା । ମହିଳା ମାନେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ହେଲେ କେହି ତାଙ୍କ କଥା ଶୁଣୁ ନ ଥିଲେ । ସେମାନଙ୍କର ହାତ ଗୋଡ ଏବଂ ମୁହଁ ବନ୍ଦ କରି ଅପରେସନ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ସ୍ୱାସ୍ଥ୍ୟକର୍ମୀ ଜୋରଜବରଦସ୍ତ ହାତ ଗୋଡ ଧରି ମୁହଁ ବନ୍ଦ କରିକି ଅପରେସନ କରିଥିଲେ ।
ଗ୍ଲୋବାଲ ଡେଭ୍ଲପମେଣ୍ଟ ଇନିସିଏଟିଭ ନାମକ ପ୍ରାଇଭେଟ ଏଜେନ୍ସି ଏହି ଅପରେସନ କରାଇଛି । ଏହା ପୂର୍ବରୁ ବି ବିହାରରେ ଚିକିତ୍ସା ଜନିତ ଅବହେଳାର ଦୃଶ୍ୟ ଅନେକ ଦେଖିବାକୁ ମିଳିଛି ।
Comments are closed.