Latest Odisha News

BREAKING NEWS

କୋଳରେ ଅସୁସ୍ଥ ଛୁଆକୁ ଧରି ୧୯ ମାସର ବକେୟା ଦରମା ମାଗୁଛନ୍ତି ଦମ୍ପତି

ବାରିପଦା: କୋଳରେ ଅସୁସ୍ଥ ଛୁଆ । ପାଖରେ ଥାକେ ଔଷଧ । ଆଖିରୁ ଝରୁଛି ଧାର ଧାର ଲୁହ । ଅସହାୟ ହୋଇ ଅସୁସ୍ଥ ଛୁଆକୁ ଧରି ଧାରଣା ଦେଇଛନ୍ତି ଦମ୍ପତି । ଏ ଦୃଶ୍ୟ ହେଉଛି ଉଦଳା ମହାବିଦ୍ୟାଳୟର । ଧାରଣାରେ ବସିଛନ୍ତି ମହାବିଦ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିବା ଦେବାଶିଷ ବାରିକଙ୍କ ପରିବାର । ପ୍ରାୟ ୧୯ ମାସ ଧରି ଦେବାଶିଷ ଦରମା ପାଇ ନାହାନ୍ତି ।

ଦେଢ଼ ବର୍ଷରୁ ଅଧିକ ସମୟ ହେଲା ଦେବାଶିଷଙ୍କୁ ଦରମା ମିଳି ନଥିବା ବେଳେ ଗୁହାରି କଲେ ବି ଅଧ୍ୟକ୍ଷ ଶୁଣୁନଥିବା ଅଭିଯୋଗ କରି କଲେଜରେ ଧାରଣାରେ ବସିଛନ୍ତି । ଦେବାଶିଷ ଅସୁସ୍ଥ ଛୁଆକୁ ଧରି ପତ୍ନୀଙ୍କ ସହ ଧାରଣା ଦେଇଥିବା ବେଳେ ଅଧ୍ୟକ୍ଷ କହିଛନ୍ତି, ସାମ୍ସ ପକ୍ଷରୁ ନିଯୁକ୍ତ ହୋଇଥିଲେ । ସାମ୍ସରୁ ଏବେ ଟଙ୍କା ଆସି ନାହିଁ, ଆସିଲେ ଦରମା ଦିଆଯିବ । ତେବେ ଦରମା ନେଇ ନିର୍ଦ୍ଦେଶକଙ୍କୁ ଜଣାଇଥିବା କହି କଲେଜ ଅଧ୍ୟକ୍ଷ ନିଜ ଉପରୁ ଅଭିଯୋଗକୁ ଠେଲି ଦେଇଛନ୍ତି ।

ସାମ୍ସ, କଲେଜ ଅଧ୍ୟକ୍ଷ ଓ ଚିଠି ଭିତରେ ଯନ୍ତ୍ରଣା ସହୁଛି ଦେବାଶିଷଙ୍କ କୁନି ଛୁଆ । ୧୯ ମାସର ଦରମା ତୁରନ୍ତ ସାମ୍ସ କର୍ତ୍ତୃପକ୍ଷ ପ୍ରଦାନ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.