Latest Odisha News

BREAKING NEWS

ବିଶ୍ୱ ଚାମ୍ପିୟନକୁ ହରାଇଲା ଅଷ୍ଟ୍ରେଲିଆ

ଆଡିଲେଡ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୬ ୱିକେଟରେ ଟି୨୦ ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଡେଭିଡ ମଲାନଙ୍କ ୧୩୪ ରନ ସହାୟତାରେ ୫୦ ଓଭରରେ ୯ ୱିକେଟ ହରାଇ ୨୮୭ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କମିନ୍ସ ଓ ଆଡମ ଜାମ୍ପା ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ୨୮୮ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୪୬.୫ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା ।

ଡେଭିଡ ୱାର୍ଣ୍ଣର ୮୬ ଓ ଷ୍ଟିଭ ସ୍ମିଥ ୭୦ ରନର ଇନିଂସ ଖେଳିଥିଲେ । ଇଂଲଣ୍ଡ ପକ୍ଷରୁ ଡେଭିଡ ୱିଲି ୨ଟି ଏବଂ କ୍ରିସ ଜୋର୍ଡାନ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିନେଇଛି । ମଲାନଙ୍କ ଆକର୍ଷଣୀୟ ଶତକ ବ୍ୟର୍ଥ ଯାଇଥିଲା ।

Leave A Reply

Your email address will not be published.