Latest Odisha News

ବଜାରକୁ ଆସୁଛି ଦୁନିଆର ସବୁଠାରୁ ପତଳା ସ୍ମାର୍ଟଫୋନ୍ !

ନୂଆଦିଲ୍ଲୀ: ଓପୋର ଆଗାମୀ ସ୍ମାର୍ଟଫୋନ୍ ‘Oppo Find N5’ କିଛି ଦିନ ହେବ ଖବରରେ ରହିଛି । ନିକଟରେ କମ୍ପାନୀ ସ୍ସଷ୍ଟ କରିଛି ଯେ,  ଫେବୃଆରୀରେ ଚାଇନାରେ ଏହା ଲଞ୍ଚ କରିବ। ଓପୋ ଦାବି କରିଛି ଯେ, Oppo Find N5 ଦୁନିଆର ସବୁଠାରୁ ପତଳା ଫୋଲଡେବଲ୍ ଫୋନ୍ ହେବ ।

ମନେକରାଯାଉଛି ଯେ ଫୋନକୁ ପତଳା କରିବା ପାଇଁ କମ୍ପାନୀ କ୍ୟାମେରାର ମଡ୍ୟୁଲର ଆକାର ହ୍ରାସ କରିଛି । ବର୍ତ୍ତମାନ ଏକ ଲିକ୍ ଅନୁସାରେ, ଏହି ଫୋନର କ୍ୟାମେରା ମଡ୍ୟୁଲ୍ ଡିଜାଇନ୍ ବିଷୟରେ ଅଧିକ ସୂଚନା ମିଳିଛି । କୁହାଯାଉଛି ଯେ Oppo Find N5 ର କ୍ୟାମେରା ମଡ୍ୟୁଲର ଡିଜାଇନ୍ OnePlus 13 ଭଳିଆ ହୋଇପାରେ ।

ରିପୋର୍ଟ ଅନୁଯାୟୀ, ଯଦି ଏହା ସବୁଠାରୁ ପତଳା ଫୋଲଡେବଲ୍ ଫୋନ୍ ତେବେ ଫୋଲ୍ଡ ହେବାବେଳେ ଏହାର ମୋଟେଇ ୮ମିମି ଏବଂ ଫୋଲ୍ଡ ହେବାବେଳେ ୪ମିମି ହୋଇପାରେ । ଏହା ସହିତ ଏତେ ପତଳା ସ୍ମାର୍ଟଫୋନ୍ ହେବାକୁ ଯାଉଛି ଯେ ଏହା ଏକ ପେନ୍ ଅପେକ୍ଷା ବି ପତଳା ହେବ ବୋଲି ବିଶ୍ୱାସ କରାଯାଉଛି ।  ଏହି ଫୋନରେ ଅନେକ ଆଡ଼ଭାନ୍ସ ଫିଚର୍ସ ମଧ୍ୟ ଦେଖିବାକୁ ମିଳିବ । ଏହା ମଧ୍ୟ କୁହାଯାଇଛି ଯେ, ଆମେରିକା,ୟୁରୋପ ଏବଂ ଭାରତୀୟ ବଜାରରେ ଓପୋ ଫାଇଣ୍ଡ N5କୁ OnePlus ଓପନ୍ 2 ଭାବରେ ରିବ୍ରାଣ୍ଡ କରାଯାଇପାରିବ ।

ଟାଇଟାନିୟମର ବଡି ରହିବ ବୋଲି ଆଶା କରାଯାଉଛି । ଏହି ଫୋନ୍ ଗୁଡିକ IPX8 ୱାଟର୍ ରେଜିଷ୍ଟାନ୍ସ ରେଟିଂ ସହିତ ଆସିବ, ଯାହାର ଅର୍ଥ ହେଉଛି ସେମାନେ ପାଣି ଦ୍ୱାରା ନଷ୍ଟ ହେବ ନାହିଁ । ଏଗୁଡିକ ୬,୦୦୦mAh ବ୍ୟାଟେରୀ କ୍ଷମତା ଏବଂ ଓ୍ବାୟରଲେସ୍ ଚାର୍ଜିଂ ସପୋର୍ଟ ସହିତ ପ୍ରଦାନ କରାଯାଇପାରିବ । Oppo Find N5 ଦୁନିଆର ପ୍ରଥମ ଫୋଲଡେବଲ୍ ଫୋନ୍ ହୋଇପାରେ, ଯେଉଁଥିରେ କ୍ୱାଲକମ୍ ର ଦ୍ରୁତତମ ଚିପସେଟ୍ ସ୍ନାପଡ୍ରାଗନ୍ 8 Elite ଦିଆଯାଇପାରିବ ।

Leave A Reply

Your email address will not be published.