ନୂଆଦିଲ୍ଲୀ: ମହାରାଷ୍ଟ୍ରର ନିଲମ୍ବିତ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକର ଅନ୍ତରିଣ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ସେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ହାଜର ହୋଇଛନ୍ତି।
କାରଣ ହାଇକୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ପୂଜା ଖେଡକରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ସମୟରେ ହାଇକୋର୍ଟ କହିଥିଲେ ଯେ ଏହା ଠକେଇର ଏକ କ୍ଲାସିକ୍ ମାମଲା। ଏହା କେବଳ ଏକ ସାମ୍ବିଧାନିକ ସଂସ୍ଥା ନୁହେଁ ବରଂ ସମଗ୍ର ସମାଜ ଏବଂ ଦେଶ ପାଇଁ ଏକ ବଡ଼ ପ୍ରତାରଣା।
ତେବେ କୋର୍ଟ ଜାନୁଆରୀ ୧୫ ତାରିଖରେ ମାମଲାର ଶୁଣାଣି କରିବେ। ବିଚାରପତି ବିଭି ନାଗାରତ୍ନା ଏବଂ ବିଚାରପତି ସତୀଶ ଶର୍ମାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।
Comments are closed.