Latest Odisha News

BREAKING NEWS

ଆଜି ବିରୋଧୀଙ୍କ ଦ୍ଵିତୀୟ ମହାବୈଠକ; ଡିନରରେ ସାମିଲ ହେବେନି ଶରଦ, ମମତା

ନୂଆଦିଲ୍ଲୀ: ୨୦୨୪  ସାଧାରଣ ନିର୍ବାଚନ ପାଇଁ ଏକାଠି  ହେଉଛନ୍ତି ବିରୋଧୀ ।ଆଜି ୨୪ ବିରୋଧୀ ଦଳର ମହାବୈଠକ । ତିଆରି କରିବେ ମିଳିତ  ମିଳିତ ରଣନୀତି  ।  ୨୦୨୪ ରେ ଗଢିବେ  ବିଜେପି ବିରୋଧୀ ସରକାର ।  ଆଜି କର୍ଣ୍ଣାଟକର ବେଙ୍ଗାଲୁରୁରେ ହେବ ବିରୋଧୀଙ୍କ ମହାବୈଠକn। କଂଗ୍ରେସ ନେତୃତ୍ୱଧୀନ ବିରୋଧୀ ଦଳ ବୈଠକରେ ଆମ ଆଦମୀ ପାର୍ଟି  ଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ଏହି ବୈଠକରେ  କଂଗ୍ରେସ ସହ ୨୪  ବିରୋଧୀ ଦଳ ଯୋଗ ଦେବେ । ଏହି ଦୁଇ ଦିନିଆ  ବୈଠକରେ ବହୁ ଗୁରୁତ୍ୱପୁର୍ଣ ପ୍ରସଙ୍ଗ  ଆଲୋଚନା କରାଯିବ ।

ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏହା ଭିତରେ ମହାରାଷ୍ଟ୍ରର ରାଜନୈତିକ ଚିତ୍ର ସମ୍ପୂର୍ଣ ବଦଳି ଯାଇଛି । ଏହି ମହାମେଣ୍ଟର ମୁଖ୍ୟ ବୋଲି ଶରଦ ପାୱାରଙ୍କୁ ସମସ୍ତେ ମାନୁଥିବାବେଳେ ଶରଦ ଏବେ ନିଜ ଦଳ ସମ୍ଭଳିବାରେ ବ୍ୟସ୍ତ । । କୁହାଯାଉଛି ଏହି ବୈଠକରେ  ଶରଦ ଡିନର ପାର୍ଟିରେ   ସାମିଲ ହେବନି । ଏହା ପୂର୍ବରୁ ମମତା ବାନାର୍ଜୀ ମଧ୍ୟ ଡିନର ପାର୍ଟିରେ ଯୋଗ ଦେବେନି ବୋଲେ କହି ସାରିଛନ୍ତି।

ମିଳିଥିବା ସୂଚନା ଅନୁଯାଇ ବୈଠକ ଆଜି ସକାଳ ୬ଟା ରୁ ଆରମ୍ଭ ହୋଇ ରାତି ୮ ଟା ପର୍ଯ୍ୟନ୍ତ ଚାଲିବ  । ରାତି ୮ଟା ରେଡ଼ିନର ପାର୍ଟିରେ ସବୁ ବିରୋଧୀ ଦଳ ଏକାଠି ହେବେ। ଡିନରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ  ଗାନ୍ଧୀ  ଏବଂ କେ ସି ବେଣୁଗାପାଳ ମଧ୍ୟ ସାମିଲ ହେବେ ।

ଜୁନ୍ 23ରେ ବିହାରର ରାଜଧାନୀ ପାଟନାରେ ପ୍ରଥମ ବିରୋଧୀ ବୈଠକ ପରେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜେପି ବିରୋଧରେ ଏକାଠି ହେବାକୁ ଚେଷ୍ଟା କରୁଛନ୍ତି ବିରୋଧୀ। ତେଣୁ ଆଜିର ୨ୟ ବୈଠକ ଉପରେ ସମସ୍ତଙ୍କର ନଜର ରହିଛି ।

Leave A Reply

Your email address will not be published.