Latest Odisha News

BREAKING NEWS

ବିରୋଧୀ ନେତାଙ୍କ ଟାର୍ଗେଟ, ଶାସକ ଦଳର ଜବାବ୍, ଗୃହ କାର୍ଯ୍ୟ ଅଚଳ

ଭୁବନେଶ୍ୱର: ଗତକାଲି ପରି ଆଜି ମଧ୍ୟ ୯ ମାସର ବକେୟା ଦରମା ଦାବି ସହ ଅନ୍ୟାନ୍ୟ ଦାବି ନେଇ ଗାନ୍ଧୀମାର୍ଗରେ ଗର୍ଜିଛନ୍ତି ମିଶନ ଶକ୍ତି ମହିଳା । ବକେୟା ଦରମାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି ଅଲ ଓଡିଶା ଜିପିଏଲଫ ମିଶନ ଶକ୍ତି କର୍ମୀ ସଂଘ । ସେପଟେ ମିଶନ ଶକ୍ତି ମହିଳାଙ୍କ ଧାରଣାକୁ ନେଇ ବିଧାନସଭା ଅଚଳ। ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ନାରାବାଜି କରିଛନ୍ତି ବିରୋଧୀ ।

ଅନ୍ୟପଟେ ମିଶନ ଶକ୍ତି ମହିଳାଙ୍କ ଧାରଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ ନେତା ନବୀନ ପଟ୍ଟନାୟକ। ବିଜେପି ସରକାର ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି ବୋଲି କହିଛନ୍ତି ନବୀନ। ବିଜେପି ସରକାରଙ୍କ ଏହି କାର୍ଯ୍ୟକୁ ବିଜେଡି ଦୃଢ ନିନ୍ଦା କରୁଛି। ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି । ବିଜେଡି ସବୁବେଳେ ମିଶନ ଶକ୍ତି ସହ ଥିଲା ଏବଂ ରହିଅଛି ବୋଲି କହିଛନ୍ତି ବିରୋଧୀ ନେତା ନବୀନ ପଟ୍ଟନାୟକ।

ଅନ୍ୟପଟେ ବିରୋଧୀ ନେତାଙ୍କ କଥାର ଦୃଢ଼ ପ୍ରତିକ୍ରିୟା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଗତକାଲି ବିଧାନସଭାରେ ଏନେଇ ଚର୍ଚ୍ଚା ହୋଇଛି । ତେଣୁ ମହିଳାଙ୍କୁ ଇଆଡୁ ସିଆଡୁ କଥା କହି କେହି ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ । ମହିଳାଙ୍କ ସ୍ବାର୍ଥରେ ଯାହା ଉଚିତ୍ ତାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

Comments are closed.