Latest Odisha News

BREAKING NEWS

୨୪ ବର୍ଷରେ ନବୀନ ସରକାର ସ୍ଲୋଗାନରେ ସୀମିତ ଥିଲା: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ସୁଭଦ୍ରା’ ଯୋଜନାର ୨ୟ କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଞ୍ଜାମ ଜିଲା ବ୍ରହ୍ମପୁର ବିବେକ ବିହାରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରା ଟଙ୍କା ରିଲିଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ନିଜ ଅଭିଭାଷଣରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ୯ ମାସରେ ମହିଳାଙ୍କୁ ୧୦ ହଜାର କୋଟି ସହାୟତା ଦେଇଛନ୍ତି ସରକାର। ସଫଳତାକୁ ସହ୍ୟ କରିପାରୁ ନାହାନ୍ତି ବିରୋଧୀ ଦଳ ନେତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ସରକାରର କାମ ଦେଖି ବିରୋଧିମାନେ ବି କହୁଛନ୍ତି, ଆମ ମୁଣ୍ଡକୁ କେମିତି ଏଭଳି ଯୋଜନା କଥା ଆସିଲାନି। ଏ କଥା ସେମାନେ ଆମକୁ ଲବିରେ କୁହନ୍ତି । ପୂର୍ବ ସରକାର କେବଳ ସ୍ଲୋଗାନରେ ଚାଲିଥିଲା। ୨୪ ବର୍ଷରେ ନବୀନ ସରକାର ସ୍ଲୋଗାନରେ ସୀମିତ ଥିଲା। ୯ ମାସର ଆମ ସରକାର କୋଟିଏ ମହିଳାଙ୍କ ପାଖରେ ପହଞ୍ଚିଛି। ଲକ୍ଷପତି ଦିଦି ସୃଷ୍ଟି କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ସବୁଠୁ ବଡ଼ କଥା ହେଲା ନିନ୍ଦୁକମାନେ ଆମ ସଫଳତାକୁ ହଜମ କରିପାରୁ ନାହାନ୍ତି। ବିରୋଧୀଙ୍କୁ ଟିକେ ହଜମ କରିବା ଗୁଲି ଦେବା ଦରକାର ବୋଲି ବ୍ୟଙ୍ଗ କରି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବ ସରକାର ଗରିବଙ୍କ ଦୁଃଖ ବୁଝି ପାରି ନ ଥିଲେ ଏଥିପାଇଁ ଆମ ସରକାର ମୁଖ୍ୟମନ୍ତ୍ରୀ କନ୍ୟା ରତ୍ନ ଯୋଜନା କରିଛନ୍ତି।

 

Comments are closed.