Latest Odisha News

BREAKING NEWS

ବାତିଲ୍ ହେଲା ପିଜିଟି ଲିଖିତ ପରୀକ୍ଷା

ଭୁବନେଶ୍ବର: ବାତିଲ୍ ହେଲା ପିଜିଟି ଲିଖିତ ପରୀକ୍ଷା । ପିଜିଟି ନିଯୁକ୍ତି ନେଇ ଆଜି ହେବାକୁ ଥିବା ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍‌ କରିଛି ଓପିଏସସି ।

ତେବେ ଆଜି ଓପିଏସସି ପରୀକ୍ଷାର ପଦାର୍ଥ ବିଜ୍ଞାନ, ଗଣିତ, ଓଡ଼ିଆ ପଦବୀ ପାଇଁ ପରୀକ୍ଷା ଲିଖିତ ପରୀକ୍ଷା ହେବାକୁ ଥିବା ବେଳେ ଏବେ ଏହାକୁ ବାତିଲ୍ କରାଯାଇଛି । ଅନିବାର୍ଯ୍ୟ କାରଣ ଦର୍ଶାଇ ଅପ୍ସନାଲ୍ ପେପର-୧ ଓ ପେପର-୨ ପରୀକ୍ଷା ବାତିଲ୍ କରିଛନ୍ତି ଓପିଏସସି ସଂପାଦକ । ତେବେ ଅନ୍ୟ ଅପ୍ସନାଲ ବିଷୟ ଧାର୍ଯ୍ୟ ସୂଚୀ ଅନୁସାରେ ପରୀକ୍ଷା ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ବିଷୟର ପରୀକ୍ଷାଗୁଡିକ ବାତିଲ୍ ହେଲା ସେନେଇ ପରେ ତାରିଖ ଧାର୍ଯ୍ୟ କରାଯାଇଇ ବିଜ୍ଞପ୍ତି ବାହାରିବ ବୋଲି ସୂଚନା ଦେଇଛି ଓପିଏସସି ।

Leave A Reply

Your email address will not be published.