Latest Odisha News

୪୮ ଘଣ୍ଟା ମଧ୍ୟରେ ଏଆଇ ପ୍ରସ୍ତୁତ କରିପାରିବ କ୍ୟାନସର ଭ୍ୟାକ୍ସିନ

ନୂଆଦିଲ୍ଲୀ: କ୍ୟାନସର ଭ୍ୟାକ୍ସିନ ନେଇ ଏକ ବଡ଼ ଦାବି କରିଛନ୍ତି ଓରାକେଲର ସିଇଓ ଲାରି ଏଲିସନ। କର୍କଟ ରୋଗ ଚିହ୍ନଟ ଠାରୁ ଆରମ୍ଭ କରି ଟୀକାକରଣ ପର୍ଯ୍ୟନ୍ତ ସବୁକିଛି ଖୁବଶୀଘ୍ର କରାଯାଇପାରିବ ବୋଲି ସେ ଦାବି କରିଛନ୍ତି।

ଏପରିକି ‘କୃତ୍ରିମ ବୁଦ୍ଧିମତ୍ତା’ (ଏଆଇ) ସାହାଯ୍ୟରେ କର୍କଟ ରୋଗ ଚିହ୍ନଟ କରିବା ଠାରୁ ଆରମ୍ଭ କରି ଏକ କଷ୍ଟମ୍ ଟିକା ତିଆରି କରିବା ପର୍ଯ୍ୟନ୍ତ ସବୁକିଛି ୪୮ ଘଣ୍ଟା ମଧ୍ୟରେ କରାଯାଇପାରିବ।

ଦାବି ଅନୁଯାୟୀ ଯଦି ଲାରି ଏଲିସନ କର୍କଟ ରୋଗର ଟିକା ତିଆରି କରିବାରେ ସଫଳ ହୁଅନ୍ତି। ତେବେ କର୍କଟ ଭଳି ମାରାତ୍ମକ ରୋଗର ଟିକା ପ୍ରସ୍ତୁତ କରିବାରେ ରୁଷ ପରେ ଆମେରିକା ଦ୍ୱିତୀୟ ଦେଶ ହୋଇପାରିବ।

ରୁଷ ଘୋଷଣା କରିଛି ଯେ ୨୦୨୫ରୁ ସେମାନଙ୍କ ଦେଶରେ କର୍କଟ ଟୀକା ଦିଆଯିବ। ଯାହା ଲୋକଙ୍କୁ ମାଗଣାରେ ପ୍ରଦାନ କରାଯିବ। ରୁଷର ଘୋଷଣା ପରେ ଆମେରିକା ପାଇଁ ଯଥାଶୀଘ୍ର ଟୀକା ତିଆରି କରିବା ଜରୁରୀ ହୋଇ ପଡିଛି।

 

Comments are closed.