Latest Odisha News

BREAKING NEWS

୫ ହଜାର ଡାକ୍ତରଙ୍କୁ ମିଳିବ ଶୀଘ୍ର ନିଯୁକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ସେଥିମଧ୍ୟରୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ଵ ଦେଇ ଡାକ୍ତର ପଦବୀ ପୂରଣ ହେବା ନେଇ ମଧ୍ୟ ମଞ୍ଜୁରୀ ମିଳିଛି ।

ଖୁବ୍‌ଶୀଘ୍ର ୫ ହଜାର ଡାକ୍ତର ପଦ ପୂରଣ ହେବା ସହ ୧୨୪ ‌ଦାନ୍ତ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ତେବେ ଓଡ଼ିଶା ଡାକ୍ତରୀ ସ୍ବାସ୍ଥ୍ୟସେବା ନିୟମାବଳୀ-୨୦୧୭କୁ ସଂଶୋଧିତ କରାଯାଇଛି । ପୂର୍ବରୁ ଥିବା ଲେବଲ-୭କୁ ୬କୁ ହ୍ରାସ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାଦ୍ବାରା ଡାକ୍ତର ନିଯୁକ୍ତି ପ୍ରକ୍ରିୟା ସହଜ ହୋଇପାରିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ଯୋଗାଇ ଦିଆଯିବ ।

Comments are closed.