Latest Odisha News

BREAKING NEWS

ବାଇକପ୍ରେମୀ ଜନ ଆବ୍ରାହାମ

ମୁମ୍ବାଇ:ବଲିଉଡର ହ୍ୟାଣ୍ଡସମ ହିରୋ ଜନ ଆବ୍ରାହାମ ଜଣେ ବାଇକପ୍ରେମୀ ଅଟନ୍ତି । ସେ ବିଭିନ୍ନ ଦାମୀ ଓ ଅତ୍ୟାଧୁନିକ ବାଇକ କିଣିବାର ସଉକ ରଖିଥାନ୍ତି । ଏବେ ସେ ସୋସିଆଲ ସାଇଟରେ ତାଙ୍କ ବାଇକ କଲେକ୍ସନ ଶେୟାର କରିଛନ୍ତି । ଯାହା କି ଯୁବ ପିଢ଼ୀଙ୍କୁ ବେଶ୍ ପସନ୍ଦ ଆସୁଛି । ଏବେ ସୁଦ୍ଧା ୫ ଲକ୍ଷରୁ ଊର୍ଦ୍ଧ୍ୱ ଏହାକୁ ପସନ୍ଦ କରି ସାରିଛନ୍ତି ।

ଜନ ଏବେ ସତ୍ୟମେବ ଜୟତେ୨ର ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ସେ ଦିବ୍ୟା ଖୋସଲାଙ୍କ ସହ ରୋମାନ୍ସ କରିବେ । ଏହା ବ୍ୟତୀତ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ଆଟାକ ଓ ଏକ ଭିଲେନ୨ ରେ ମଧ୍ୟ ଅଭିନୟ କରୁଛନ୍ତି । ଶାହାରୁଖଙ୍କ ଆଗାମୀ ବିଗ୍ ବଜେଟ ଫିଲ୍ମ ପଠାନରେ ସେ ଭିଲିଆନ ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡିଛି । ସିଦ୍ଧାର୍ଥ ଆନନ୍ଦ ଏହାର ନିର୍ଦ୍ଦେଶନା ଦେବେ ।

Leave A Reply

Your email address will not be published.