କଟକ: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ବଡ ଝଟକା । ବିଧାୟକ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ୨୦୧୯ ନିର୍ବାଚନ ସମୟରେ ସତ୍ୟପାଠ ନିୟମ ମୂତାବକ ସଠିକ ତଥ୍ୟ ଦେଇନଥିବା କୋର୍ଟରେ ପ୍ରମାଣିତ ହୋଇଛି । ଯାହାର ଶୁଣାଣି କରି ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି ।
୨୦୧୯ରେ ପ୍ରତିଦ୍ୱନ୍ଦ୍ୱୀ ଥିବା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନାମାଙ୍କନ ପତ୍ରରେ ଭୁଲ ଥିବା ଦର୍ଶାଇ ଅଭିଯୋଗ କରିଥିଲେ । ନିର୍ବାଚନ ସତ୍ୟପାଠରେ ଅନିୟମିତତା ଥିବା ନେଇ ଅଭିଯୋଗ ଆଣିଥିଲେ ଦେବାଶିଷ ।
ଯାହାର ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ କରାଯାଇଥିଲା । ଯାହାର ଶୁଣାଣି କରି ଆଜି ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ।
Comments are closed.