Latest Odisha News

BREAKING NEWS

ପୁଣି ଛାଡପତ୍ର କଥାକୁ ମିଥ୍ୟା ପ୍ରମାଣିତ କଲେ ଅଭିଷେକ-ଐଶ୍ଵର୍ଯ୍ୟା, ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଙ୍ଗରେ ଏକାଠି ଆସିଲେ ନଜର

ମୁମ୍ବାଇ: ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ । ଏହାପୂର୍ବରୁ ଅମ୍ବାନୀ ପରିବାର ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଜାମନଗରରେ ଏକ ଗ୍ରାଣ୍ଡ ପ୍ରି-ୱେଡିଙ୍ଗ ପାର୍ଟୀର ଆୟୋଜନ କରିଥିଲେ | ତିନି ଦିନ ଧରି ଚାଲିଥିବା ଏହି ଉତ୍ସବରେ ବଲିଉଡ ଠାରୁ ହଲିଉଡ ପର୍ଯ୍ୟନ୍ତ ଏବଂ ଦେଶ ତଥା ବିଶ୍ଵର ସମସ୍ତ ବଡ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିଥିଲେ |ଉତ୍ସବର ତୃତୀୟ ଦିନରେ ଅର୍ଥାତ୍ ୩ ମାର୍ଚ୍ଚରେ ବଚ୍ଚନ ପରିବାର ମଧ୍ୟ ଜାମନଗରରେ ପହଞ୍ଚିଥିଲେ। ଅନନ୍ତ ଏବଂ ରାଧିକାଙ୍କ ପ୍ରି-ୱେଡିଙ୍ଗର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିଷେକ ବଚ୍ଚନ ଏବଂ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜ ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ଉତ୍ସବକୁ ଉପଭୋଗ କରୁଥିବା ନଜର ଆସିଛନ୍ତି ।

 

View this post on Instagram

 

A post shared by Instant Bollywood (@instantbollywood)

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ ତିନି ଜଣ ଯାକ ସବୁଜ ରଙ୍ଗର ପୋଷାକରେ ନଜର ଆସିଛନ୍ତି । ଏହି ସମୟରେ ଐଶ୍ୱର୍ଯ୍ୟା ଏବଂ ଝିଅ ଆରାଧ୍ୟା ଉତ୍ସବକୁ ଖୁବ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ସେପଟେ ଅଭିଷେକ ମଧ୍ୟ ଉଭୟଙ୍କ ସହ ଉତ୍ସବକୁ ଉପଭୋଗ କରୁଛନ୍ତି । ଗତ କିଛି ଦିନ ତଳେ ଅଭିଷେକ ଏବଂ ଐଶ୍ଵର୍ଯ୍ୟାଙ୍କ ଅଲଗା ହେବାର ଗୁଜବ ଉଠିଥିଲା । କିନ୍ତୁ ବର୍ତ୍ତମାନ ଏହି ତିନିଜଣଙ୍କୁ ଏକାଠି ଦେଖି ପ୍ରଶଂସକମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଙ୍ଗ କାର୍ଯ୍ୟକ୍ରମରେ ଏକା ସାଙ୍ଗରେ ଯୋଗଦେଇ ଏବଂ ଏକାସାଙ୍ଗରେ ଉତ୍ସବକୁ ଉପଭୋଗ କରି ଐଶ୍ୱର୍ଯ୍ୟା ଓ ଅବିଷେକ ପୁଣି ଥରେ ସେମାନଙ୍କ ଅଲଗା ହେବା ଗୁଜବକୁ ଖଣ୍ଡନ କରିଛନ୍ତି। ବାସ୍ତବରେ, ପୂର୍ବରୁ ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଅଭିଷେକ ଏବଂ ଐଶ୍ଵର୍ଯ୍ୟାଙ୍କ ବୈବାହିକ ଜୀବନ ଠିକ୍ ଚାଲିନାହିଁ ଏବଂ ଦୁହେଁ ଖୁବ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି । କିନ୍ତୁ ପୂର୍ବରୁ ମଧ୍ୟ ଏହି ଗୁଜବକୁ ଖଣ୍ଡନ କରିଥିଲେ ଏହି ସେଲିବ୍ରିଟି ଦମ୍ପତ୍ତି ।

Leave A Reply

Your email address will not be published.