Latest Odisha News

BREAKING NEWS

ଆସନ୍ତା ଜାନୁଆରି ୮ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ଶୁଣାଣି ଜାରି ରହିବ: ହାଇକୋର୍ଟ

କଟକ: ଆସନ୍ତା ୨୦୨୧ ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ ଓଡିଶା ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ପୂର୍ବଭଳି କଟକଣା ଭିତରେ ଚାଲିବ।

କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଫୁଲ କୋର୍ଟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଏପରି ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବରୁ କୋର୍ଟ କାର୍ଯ୍ୟ ନେଇ ଗତ ଅଗଷ୍ଟ ୨୧ରେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଏହି ଅବଧି ପାଇଁ ବଳବତ୍ତ ରହିବ ବୋଲି ଆଜି କୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଫଳରେ ପୂର୍ବଭଳି ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ମାମଲା ଶୁଣାଣି ଜାରି ରହିବ ।

ଉଭୟ ପୁରୁଣା ଓ ନୂଆ ଜରୁରୀ ମାମଲା ଗୁଡିକର ଶୁଣାଣି କରାଯିବ ।ଏହା ସହ ରାଜ୍ୟର ସମସ୍ତ ସବ୍ ଅଡିନେଟ୍ କୋର୍ଟ ଓ ଟ୍ରିବ୍ୟୁନାଲ କୋର୍ଟ କାର୍ଯ୍ୟ ନେଇ ହାଇକୋର୍ଟ ପକ୍ଷରୁ ସାନି ନିର୍ଦ୍ଦେଶ ନାମା ଜାରି କରାଯାଇଛି।

ଗତ ଅଗଷ୍ଟ ୨୧ ତାରିଖ ନିର୍ଦ୍ଦେଶନାମା ଅନୁସାରେ ଅନ୍ୟାଦେଶ ପର୍ଯ୍ୟନ୍ତ ନିମ୍ନ ଆଦାଲତ ଗୁଡିକ କାର୍ଯ୍ୟ ଜାରି ରହିବ ବୋଲି ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ୱଷ୍ଟ କରାଯାଇଛି।

Leave A Reply

Your email address will not be published.