Latest Odisha News

BREAKING NEWS

ଶିଘ୍ର ଖରାଛୁଟି ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର : ଓଡିଶାରେ ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲଗୁଡିକରେ ଯଥେଷ୍ଟ ପୂର୍ବରୁ ଖରାଛୁଟି ଘୋଷଣା କରିଛନ୍ତି । ଏସମ୍ପର୍କୀତ ଏକ ମାମଲାର ଶୁଣାଣୀ କରି ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।

ଖରାଛୁଟି ରଦ୍ଦ କରିବାକୁ ଆଇନଜୀବି ଶିବ ନାରାୟଣ ବିଶ୍ୱାଳ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ପରେ ମୁଖ୍ୟ ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏନେଇ ସ୍ପଷ୍ଟୀକରଣ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ତଥା ରାଜସ୍ୱ ଏବଂ ଦୁର୍ବିପାକ ପ୍ରଶମନ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି ।

ଆବେଦନକାରୀଙ୍କୁ ପକ୍ଷରୁ ଏହି ପିଟିସନରେ ଦର୍ଶାଯାଇଛି ଯେ ୧ମରୁ ୫ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି ୨୦୦ଟି କାର୍ଯ୍ୟକାରୀ ଦିବସ ରହିଥିବାବେଳେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୨୨୦ଟି କାର୍ଯ୍ୟକାରୀ ଦିବସ ରହିଛି । ମାତ୍ର ଓଡିଶା ସରକାର ୨୦ ଦିନ ପୂର୍ବରୁ ଖରାଛୁଟି ଘୋଷଣା କରିବା ଫଳରେ ଛାତ୍ରଛାତ୍ରୀମାନଙ୍କ ପାଠପଢା ବ୍ୟାହତ ହେବ । ଏପରିକି ଆବେଦନକାରୀ ଏକ ଯୁକ୍ତିରେ ଦର୍ଶାଇଛନ୍ତି ଯେ ସରକାର ତୁରନ୍ତ ଏହି ଛୁଟି ଘୋଷଣାକୁ ରଦ୍ଦ କରନ୍ତୁ ।

Leave A Reply

Your email address will not be published.