Latest Odisha News

BREAKING NEWS

କରୋନା ପାଇଁ ଆସନ୍ତାକାଲିଠୁ ୨୭ ତାରିଖ ଯାଏଁ ହାଇକୋର୍ଟ ବନ୍ଦ

କଟକ : ସପ୍ତାହକ ପାଇଁ ବନ୍ଦ ରହିବ ହାଇକୋର୍ଟ । ଆସନ୍ତାକାଲିଠୁ ଆସନ୍ତା ୨୭ ତାରିଖ ଯାଏଁ ହାଇକୋର୍ଟ ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏଭଳି ନିର୍ଦ୍ଦେଶାନାମା ଜାରି କରାଯାଇଛି । ହାଇକୋର୍ଟର କିଛି କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଛି ।

ଏହି ସମୟରେ ଜରୁରୀ ମାମଲା ଶୁଣାଣି ହେବ । ରେଜିଷ୍ଟ୍ରାର ଜୁଡିସିଆଲଙ୍କ ନିକଟରେ ପୂର୍ବରୁ ଧାର୍ଯ୍ୟ ମାମଲା ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ ଶୁଣାଣି ହେବ । ୨୮ ତାରିଖ ପରେ କୋର୍ଟ ଖୋଲିଲେ ସରକାରଙ୍କ ଲକଡାଉନ୍ ଅନୁଯାୟୀ କୋଭିଡ କଟକଣାରେ କୋର୍ଟ କାର୍ଯ୍ୟ ଚାଲିବ । ରାଜ୍ୟରେ କରାନା ସଂକ୍ରମଣ ବଢୁଥିବାରୁ ଲକଡାଉନ୍ ଜାରି ରହିଛି । ସେହିପରି ହାଇକୋର୍ଟରେ କିଛି ଆକ୍ରାନ୍ତ ଚିହ୍ନଟ ହେବା ପରେ ସପ୍ତାହକ ପାଇଁ ହାଇକୋର୍ଟକୁ ସଟଡାଉନ୍ କରାଯାଇଛି ।

Leave A Reply

Your email address will not be published.