Latest Odisha News

BREAKING NEWS

ସୁଗମ ଅକ୍ସିଜେନ୍ ଯୋଗାଣ ପାଇଁ ଓଏସ୍‌ଏଲ୍ ପକ୍ଷରୁ ଲଜିଷ୍ଟିକ୍ସ ସହାୟତା

ଭୁବନେଶ୍ୱର: ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ପକ୍ଷରୁ ସୁଗମ ଅକ୍ସିଜେନ୍ ଯୋଗାଣ ପାଇଁ ଲଜିଷ୍ଟିକ୍ସ ସହାୟତା ପ୍ରଦାନ କରାଯାଉଛି।

ସୂଚନା ଅନୁଯାୟୀ, ପାରାଦୀପ ପୋର୍ଟ ଟ୍ରଷ୍ଟ ଜରିଆରେ ସିଙ୍ଗାପୁରର ଏମ୍‌ଭି ଆନ୍ନା ମାରିଆ ଦ୍ୱାରା ୪୦ ଲିଟର ଧାରଣ କ୍ଷମତାଯୁକ୍ତ ୨୪ଟି ମେଡିକାଲ୍ ଅକ୍ସିଜେନ୍ ସିଲିଣ୍ଡର, ୫ଟି ମେଡିକାଲ ଅକ୍ସିଜେନ୍ ସିଲିଣ୍ଡର ଏବଂ ଅକ୍ସିଜେନ୍ ରେଗୁଲେଟର- ହ୍ୟୁମିଡିଫାୟର ଆଣି ଅନ୍‌ଲୋଡିଂ ପାଇଁ ଆବଶ୍ୟକୀୟ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଛି ଓଏସ୍‌ଏଲ୍‌।

ଅନ୍‌ଲୋଡିଂ, ତ୍ୱରିତ କ୍ଲିୟରାନ୍ସ ନିମନ୍ତେ କଷ୍ଟମ୍ସ ସହ ସମନ୍ୱୟ ରକ୍ଷା, ପୋର୍ଟ କ୍ଲିୟରାନ୍ସ ଏବଂ ରାଜ୍ୟ ସରକାରଙ୍କ ତରଫରୁ ବନ୍ଦରରୁ ବିନା କୌଣସି ଦେୟରେ ତ୍ୱରିତ ସ୍ଥାନାନ୍ତର ଆଦି କାର୍ଯ୍ୟ ଓଏସ୍‌ଏଲ୍ ଗ୍ରୁପ୍ ସମ୍ପାଦନ କରିଥିଲା।

ଜଗତସିଂହପୁରର ଏଡିଏମ୍ ଡକ୍ଟର କାହ୍ନୁଚରଣ ଧୀର ରାଜ୍ୟ ସରକାରଙ୍କ ତରଫରୁ ସିଲିଣ୍ଡରଗୁଡ଼ିକୁ ଗ୍ରହଣ କରିଥିଲେ । ପରେ ଅକ୍ସିଜେନ୍ ସିଲିଣ୍ଡରଗୁଡ଼ିକ ଜଗତସିଂହପୁରରେ ରାଜ୍ୟସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଚିକିତ୍ସାଳୟ ମଧ୍ୟରେ ବଣ୍ଟନ କରାଯାଇଥିଲା।

ଓଏସ୍‌ଏଲ୍ ଗ୍ରୁପ୍ ଅଧ୍ୟକ୍ଷ ମହିମାନନ୍ଦ ମିଶ୍ର କୁହନ୍ତି, କୋଭିଡ-୧୯ର ଦ୍ୱିତୀୟ ଲହର ପାଇଁ ଆମେ ଏକ ଆପାତ କାଳୀନ ସ୍ଥିତିର ସମ୍ମୁଖିନ ହୋଇଛୁ । ଓଏସ୍‌ଏଲ୍ ଗ୍ରୁପ୍ ରାଜ୍ୟ ଏବଂ ଜନସାଧାରଣଙ୍କ ହିତ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।

ଓଏସ୍‌ଏଲ୍ ଗ୍ରୁପ୍ର ନିର୍ଦେଶକ ଚର୍ଚ୍ଚିତ ମିଶ୍ର କର୍ମଚାରୀମାନଙ୍କୁ ଅକ୍ସିଜେନ୍ ସିଲିଣ୍ଡର ଗୁଡ଼ିକର ସୁଗମ ଅନ୍‌ଲୋଡିଂ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

ମହାମାରୀ ସମୟରେ ମାସ୍କ ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଓଏସ୍‌ଏଲ୍ ଗ୍ରୁପ୍ ଏକଲକ୍ଷ ମାସ୍କ ସାଧାରଣ ଜନତାଙ୍କୁ ଆବଣ୍ଟନ କରିଥିଲା ।

ଉଲ୍ଲେଖଯୋଗ୍ୟ ଯେ ଓଏସ୍‌ଏଲ୍ ଗ୍ରୁପ୍ ଆବଶ୍ୟକ ସତର୍କତା ଗ୍ରହଣ କରିବା ସହ କୋଭିଡ-୧୯ ନିର୍ଦେଶାବଳୀକୁ ନିଜ କାର୍ଯ୍ୟାଳୟ ପରିସରରେ ଦୃଢ଼ ଅନୁପାଳନ କରିଛନ୍ତି । ସାନିଟାଇଜ୍ ସହ ଉଭୟ କାର୍ଯ୍ୟାଳୟ କର୍ମଚାରୀ ଏବଂ ଶ୍ରମିକମାନଙ୍କ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.