Latest Odisha News

BREAKING NEWS

ଓଡ଼ିଆ ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନ୍ସର

ଭୁବନେଶ୍ୱର: ଓଡ଼ିଆ ଆଲବମ୍ କୁଇନ୍ ଦୀପା ସାହୁଙ୍କୁ କ୍ୟାନ୍ସର । ଆଲବମ୍ ହିରୋଇନ୍ ଦୀପା ସାହୁ ଜରାୟୁ କ୍ୟାନ୍ସର ରୋଗରେ ପୀଡିତ ଥିବା ଜଣାପଡିଛି । ଏହା ଜଣାପଡିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱେଚ୍ଛାସେବୀ ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ଦୀପା ସାହୁଙ୍କୁ ହସ୍ପିଟାଲରେ ଚିତ୍କିସା ଲାଗି ଭର୍ତ୍ତି କରିଛନ୍ତି । ଦୀପା ଗତ ଏକ ବର୍ଷ ଧରି ଜରାୟୁ କ୍ୟାନ୍ସରରେ ପିଡିତ ଥିବା ସୂଚନା ରହିଛି ।

ଦିନେ ଆଲବମରେ ଅଭିନୟ କରି ଲୋକଙ୍କୁ ମନୋରଂଜନ କରୁଥିଲେ ଏହି ଅଭିନେତ୍ରୀ ଜଣକ । ସୂଚନା ଅନୁଯାୟୀ ଦୀପାଙ୍କ ମାଆ ମଧ୍ୟ କ୍ୟାନ୍ସର ରୋଗରେ ପିଡ଼ିତ ଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ସେ ଆଲବମ ଜଗତରୁ ବିଶ୍ରାମ ନେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ ।

Leave A Reply

Your email address will not be published.