Latest Odisha News

BREAKING NEWS

ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିକରି ଖସାଇଦେଲା ବିଏସଏଫ

ଶ୍ରୀନଗର: ସୀମା ସୁରକ୍ଷା ବଳ (ବିଏସଫ) ଜମ୍ମୁ ଓ କାଶ୍ମୀର ଅନ୍ତର୍ଗତ କାଠୁଆ ଜିଲ୍ଲା ଅନ୍ତର୍ଜାତୀୟ ସୀମାରେ ଏକ ପାକିସ୍ତାନୀ ଡ୍ରୋନ୍ ସନ୍ଦେହ ଜନକ ଭାବେ ଉଡୁଥିବା ବେଳେ ତାକୁ ଗୁଳି କରି ଖସାଇ ଦେଇଛନ୍ତି । ଏହାଦ୍ୱାରା ଭାରତୀୟ ସୀମାରେ ଡ୍ରୋନ ମାଧ୍ୟମରେ ପାକିସ୍ତାନର ବୋମା ପକାଇବାର ବଡ଼ ଷଡଯନ୍ତ୍ରକୁ ବିଏସଏଫ ପଣ୍ଡ କରିଦେଇଛି ।

ଅଧିକ ପଢନ୍ତୁ – ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସେନାକୁ ସ୍ୱାଧୀନତା ଦିଆଯାଇଛି: ମୋଦି

ଶନିବାର ଦିନ ଭୋର୍ ୫ଟା ୧୦ ମିନିଟ ସମୟରେ ବିଏସଏଫର ଏକ ପାଟ୍ରୋଲିଂ ଟିମ୍ ଏହି ପାକିସ୍ତାନୀ ଡ୍ରୋନ୍ ଉଡୁଥିବାର ଦେଖିଥିଲେ । ଏହି ଡ୍ରୋନରୁ ବିଏସଏଫ ଆମେରିକା ନିର୍ମର୍ିତ ଏମ-୪ ସେମି ଅଟୋମେଟିକ୍ ରାଇଫଲ୍ ଏବଂ ୬୦ ରାଉଣ୍ଡ ଗୁଳିଗୋଳା ଏବଂ ୨ଟି ମାଗାଜିନ ସହିତ ୭ଟି ଏମ ୬୭ ଗ୍ରେନେଡ୍ ଜବତ କରିଛନ୍ତି ।

ଏହି  ଡ୍ରୋନ୍ ଏବେ ପଡ଼ିଆରେ ବିକ୍ଷିପ୍ତ ଭାବେ ପଡ଼ି ରହିଛି । ଡ୍ରୋନର ଲମ୍ବ ୮ ଫୁଟ ହୋଇଥିବା ବେଳେ ଏହା ୧୭.୫ କେଜି ଓଜନର ବୋଲି ଜଣାପଡ଼ିଛି । ଏଥିରେ ‘ଅଲ୍ଲି ଭାଇ’ ବୋଲି ଲିଖିତ ଅଛି ।

Leave A Reply

Your email address will not be published.