ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କିଛି ଦୁବୃର୍ତ୍ତ ବୁଧବାର ଦିନ ଏକ କାର୍ ମଧ୍ୟରୁ ପାଖାପାଖି ନଗଦ ୩ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟ୍ କରିଛନ୍ତି ।
ମିଳିଥିବା ସୂଚନାନୁଯାୟୀ ନିମାପଡା ଅଞ୍ଚଳରୁ ଜଣେ ଇଞ୍ଜିନିୟର୍ ଭୁବନେଶ୍ୱର ସ୍ଥିତ ପାସପୋର୍ଟ ଅଫିସକୁ ଆସିଥିଲେ । ପରେ ପାସପୋର୍ଟ ଅଫିସ ସମ୍ମୁଖରେ ଗାଡି ରଖି ସେ କିଛି ଡକ୍ୟୁମେଣ୍ଟ୍ ଭେରିଫିକେସନ୍ ଲାଗି ଅଫିସକ ମଧ୍ୟକୁ ଯାଇଥିଲେ ।
ପରେ ଅଫିସରୁ ବାହାରି ଦେଖିବାବେଳକୁ ତାଙ୍କ ଗାଡିର କାଚ ଭଙ୍ଗାହୋଇଥିବା ବେଳେ ଗାଡି ମଧ୍ୟରେ ଥିବା ଜିନିଷ ପତ୍ର ସହ ୨ଟି ମୋବାଇଲକୁ କେହି ଦୁବୃର୍ତ୍ତ ଚୋରୀ କରିଛି ।
ତେବେ ଏନେଇ ପରିବାର ବର୍ଗଙ୍କ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।
Comments are closed.