ଭୁବନେଶ୍ୱର: ମହାକୁମ୍ଭମେଳା ପାଇଁ ଅଯୋଧ୍ୟାକୁ ପୁଣି ଗଡ଼ିଲା OSRTC ବସ୍। ଫେବ୍ରୁଆରୀ ୫ରୁ ବସ୍ ସେବା ଆରମ୍ଭ ହୋଇଥିବା ଓଏସ୍ଆର୍ଟିସି ପକ୍ଷରୁ ସୂଚନା ଦିଆଯାଇଛି।
ଜାନୁଆରୀ ୧୩ ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ଏହି ମେଳାରେ କୋଟିକୋଟି ଶ୍ରଦ୍ଧାରଳୁ ଯୋଗଦେଇ ଗଙ୍ଗାରେ ବୁଡ ପକାଉଛନ୍ତି। ସୂଚନା ଥାଉକି ମହାକୁମ୍ଭରେ ମାତ୍ରାଧିକ ଭିଡ ଓ ଅଘଟଣକୁ ଦୃଷ୍ଟିରେ ରଖି ବନ୍ଦ ହୋଇଥିଲା ଓଡିଶାରୁ ଅଯୋଧ୍ୟାକୁ ସ୍ବତନ୍ତ୍ର ବସ୍ ସେବା। ସ୍ଥିତିକୁ ଦୃଷ୍ଟିରେ ରଖି ଏହି ସେବାକୁ ସାମୟିକ ଭାବେ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା ଓଡିଶା ରାଜ୍ୟ ପରିବହନ ନିଗମ (OSRTC)।
ସେହିପରି ଯାତ୍ରା ପାଇଁ ଅଗ୍ରୀମ ଟିକେଟ୍ ବୁକିଂ କରିଥିବା ଯାତ୍ରୀ ସେମାନଙ୍କର ଟଙ୍କା ଫେରାସ୍ତ ପାଇଥିଲେ। ସେମାନଙ୍କ ପାଇଁ ଏକ ହେଲ୍ପ-ଲାଇନ୍ ନମ୍ବର ଜାରି କରାଯାଇଥିଲା। ଉକ୍ତ ନମ୍ବରରେ ସେମାନେ ଯୋଗାଯୋଗ କରି ସେମାନଙ୍କ ଟିକେଟ୍ ସମ୍ପର୍କିତ ସୂଚନା ଦେଇ ବୁକିଂ ରାଶି ଫେରସ୍ତ ପାଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତମାସ (ଜାନୁଆରୀ) ୧୨ ତାରିଖରେ ଏହି ବସ ସେବା ଶୁଭାରମ୍ଭ କରିଥିଲେ। ବର୍ତ୍ତମାନ ପୁଣିଥରେ ଆରମ୍ଭ ହୋଇଛି ଓଏସ୍ଆର୍ଟିସି ବସ୍।
Comments are closed.