Latest Odisha News

BREAKING NEWS

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା: OSSC ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ

ଭଦ୍ରକ: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ OSSC ପରୀକ୍ଷା ବେଳେ ଉତ୍ତେଜନା। ଅର୍ବାନ୍‌ ଲୋକଲ ବଡ଼ି ବା ULB ଆକାଉଣ୍ଟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରୀକ୍ଷାର୍ଥୀ । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳିତ OSSC ULB Accountant ପରୀକ୍ଷା ୨୦୨୩ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୧୭ରୁ ଉର୍ଦ୍ଧ୍ଵ ରୁମରେ ଚାଲିଥିଲା । ପରୀକ୍ଷା ପ୍ରାରମ୍ଭରେ ପ୍ରଶ୍ନପତ୍ର ଦିଆଯିବା ସମୟରେ ସବୁ ପରୀକ୍ଷା ହଲରେ ପ୍ରଶ୍ନପତ୍ର ଠିକ ଭାବେ ବଣ୍ଟନ ହୋଇଥିବା ବେଳେ ୨୧,୨୨ ଓ ୨୩ ନମ୍ବର ରୁମରେ ବିଭ୍ରାଟ ଦେଖା ଦେଇଥିଲା । ପରୀକ୍ଷାର୍ଥୀ ମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶ୍ନପତ୍ର ବଣ୍ଟନ ପୂର୍ବରୁ ପ୍ୟାକେଟ୍ ସିଲ ଖୋଲା ଯାଇଥିଲା। ଏହାକୁ ନେଇ ପରୀକ୍ଷାର୍ଥୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ପରୀକ୍ଷା ହଲ ଛାଡି ପଳାଇ ଆସିଥିଲେ । ପରେ ମୁଖ୍ୟ ଫାଟକ ବନ୍ଦ ଥିବାରୁ ସେଠାରେ ଧାରଣା ଦେଇ ପ୍ରତିବାଦ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଟିମ ସହ ଉପଜିଲ୍ଲାପାଳ ମନୋଜ ପାତ୍ର ପହଞ୍ଚି କଲେଜ କତୃପକ୍ଷ ଙ୍କ ସହ ଆଲୋଚନା କରୁଛନ୍ତି । ଏହି କଲେଜରେ ମୋଟ ୬୯୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି.

Leave A Reply

Your email address will not be published.