Latest Odisha News

BREAKING NEWS

୨୦୨୪ରେ ଓଡ଼ିଶାରେ କିଏ ହାତେଇବ କେତେ ଲୋକସଭା ଆସନ ? ସର୍ଭେକୁ ପ୍ରାୟୋଜିତ କହିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ତିଆରି ଚାଲିଛି ୨୦୨୪ ବିଜୟ ପାଇଁ ରଣନୀତି । ନିର୍ବାଚନ ଆସନ୍ନ ହେଉଥିବା ବେଳେ ଇଣ୍ଡିଆ ଟିଭି-ସିଏନଏକ୍ସ ଓପନିଅନ ପୋଲ୍ ପ୍ରକାଶ କରିଛି । ଓପନିଅନ୍ ପୋଲ୍ ଅନୁସାରେ, ନରେନ୍ଦ୍ର ମୋଦି ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି ।

ଇଣ୍ଡିଆ ଟିଭି ସିଏନଏକ୍ସର ସର୍ଭେ ଅନୁସାରେ, ୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେଡି ୪୫ ପ୍ରତିଶତ ଭୋଟ୍ ପାଇବ । ସେହିଭଳି ବିଜେପି ୪୧ ପ୍ରତିଶତ ଓ କଂଗ୍ରସକୁ ୧୧ ପ୍ରତିଶତ ଭୋଟ୍ ଯିବ । ବିଜେଡି ୧୩ ଲୋକସଭା ଆସନ ଓ ବିଜେପି ୨୦୧୯ ଭଳି ୮ଟି ସଂସଦୀୟ କ୍ଷେତ୍ରରେ ଜିତିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି ।

ସର୍ଭେ ଅନୁସାରେ, ୨୦୨୪ରେ ଓଡ଼ିଶାର ଗୋଟିଏ ବି ସଂସଦୀୟ କ୍ଷେତ୍ରରେ କଂଗ୍ରେସ ଖାତା ଖୋଲି ପାରିବନି । ୨୦୧୯ ଲୋକସଭା ନିର୍ବାଚନରେ କୋରାପୁଟ ଲୋକସଭା ଆସନରୁ ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ।

ଇଣ୍ଡିଆ ଟିଭି-ସିଏନଏକ୍ସର ସର୍ଭେକୁ ନେଇ ମତ ରଖିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ସେ କହିଛନ୍ତି, ଏହି ସର୍ଭେ ସମ୍ପୂର୍ଣ୍ଣ ପ୍ରାୟୋଜିତ । ମୁଁ ସାରା ରାଜ୍ୟ ବୁଲୁଛି । ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଲୋକେ ଜାଣିଛନ୍ତି ବିଜେଡି-ବିଜେପି ଏକାଠି । ଲୋକେ ବିକଳ୍ପ ଭାବେ କଂଗ୍ରେସକୁ ଚାହିଁବେ । ଦଳ ୨୦୨୪ରେ ଭଲ କରିବ, ୧୫ଟି ସଂସଦୀୟ କ୍ଷେତ୍ରରେ ବିଜୟୀ ହେବ ବୋଲି କହିଛନ୍ତି ବିଜୟ ।

ତେବେ ପ୍ରାୟୋଜିତ ସର୍ଭେ ନେଇ ବିଜୟଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ସାଂସଦ ମୁନ୍ନା ଖାଁ କହିିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ଦଳ ୨୦ଟି ଆସନ ଦଖଲ କରିବ । ଗୋଟିଏ ସିଟ୍ ବିଜେପି କିମ୍ବା କଂଗ୍ରେସ ଖାତାକୁ ଯିବ । ବିଜେଡି ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ଠାରୁ ସମଦୂରତ ରକ୍ଷା କରି ୨୦୨୪ରେ ରାଜ୍ୟରେ ପୁଣି ସରକାର ଗଢ଼ିବ ବୋଲି ବିଜେଡି କହିଛି ।

Leave A Reply

Your email address will not be published.