ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଓୟୁଏଟି ଅଧିନରେ ଥିବା ସମସ୍ତ କଲେଜ ଗୁଡିକର ପ୍ରବେଶିକା ପରୀକ୍ଷା ମେ’ ୧୯ ତାରିଖ ପୂର୍ବାହ୍ନ ୧୦ଟା ୩୦ରୁ ୧୨ଟା ୩୦ ମଧ୍ୟରେ ହେବାକୁ ଥିବାବେଳେ ପ୍ରାୟ ରାଜ୍ୟର ୨୪ଟି ସହରରେ ୬୯ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ।
ପରୀକ୍ଷାର୍ଥୀମାନେ ଉକ୍ତ ପ୍ରବେଶିକା ପରୀକ୍ଷାର ଆଡମିଟ୍ କାର୍ଡ ବିଶ୍ୱବିଦ୍ୟାଳୟ ୱେବସାଇଟ୍ www.ouat.nic.in ରୁ ଡାଉନଲୋଡ୍ କରିପାରିବେ।
ଏହି ପରୀକ୍ଷାଫଳ ଜୁନ୍ ୧୩ ତାରିଖରେ ଘୋଷିତ ହେବାକୁ ଥିବାବେଳେ ଅଗଷ୍ଟ ୧ ତାରିଖରୁ ପାଠପଢା ଆରମ୍ଭ ହେବା ନେଇ ସୁତ୍ରରୁ ପ୍ରକାଶ ।
Comments are closed.