Latest Odisha News

ଓୟୁଏଟିର ନୂଆ କୁଳପତି ଭାବେ ପବନ କୁମାର ଅଗ୍ରଓ୍ଵାଲ ନିଯୁକ୍ତ

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର ନୂଆ କୁଳପତି ଭାବେ ପବନ କୁମାର ଅଗ୍ରଓ୍ଵାଲ ନିଯୁକ୍ତ ହୋଇଛନ୍ତି ।

ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଶୁକ୍ରବାର ଦିନ ନିଯୁକ୍ତି ପ୍ରଦାନ କରିଛନ୍ତି। ଆହୁରି ମଧ୍ୟ ସେ କାର୍ଯ୍ୟରେ ଯୋଗ ଦେବା ଦିନ ଠାରୁ ଆସନ୍ତା ତିନି ବର୍ଷ ଯାଏଁ ଏହି ପଦବୀରେ ଅବସ୍ଥାନ କରିବେ ବୋଲି ସୂଚନା ମିଳିଛି।

ଶ୍ରୀଯୁକ୍ତ ଅଗ୍ରଓ୍ଵାଲ୍ ସମ୍ପ୍ରତି ନୂଆଦିଲ୍ଲୀସ୍ଥିତ ନେସନାଲ୍ ଏଗ୍ରିକଲଚର୍ ସାଇନସ୍ ଫଣ୍ଡ୍ (ଏନଏଏସଏଫ୍)ର ନିର୍ଦ୍ଦେଶକ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍) ର ଆସିଷ୍ଟାଣ୍ଟ୍ ଡାଇରେକ୍ଟର୍ ଜେନେରାଲ୍ (ଏଡିଜି) ଭାବେ କାର୍ଯ୍ୟରତ।

Comments are closed.