ଭୁବନେଶ୍ୱର: ଓଡ଼ିଶାରେ ୨୧,୩୦୪ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦେବାକୁ ଟାର୍ଗେଟ୍ ରହିଥିବା ବେଳେ ଶନିବାର ଦିନ ୨୨,୩୬୪ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଛି। ଯାହାକୁ ମିଶାଇ ଟିକାକରଣ ହାର ୧୦୫%ରେ ପହଞ୍ଚିଛି।
ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ, ଏହି ଦିନ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୪ ଜିଲ୍ଲାରେ ୨୨୪ଟି ସେସନରେ କରୋନା ଟିକାକରଣ କରାଯାଇଥିଲା।
ଆଜି ରାଜ୍ୟରେ ୨୨୪ ସେସନ୍ ସାଇଟରେ କୋଭିଡ୍ ଟୀକାକରଣ ହୋଇଛି। ଆଜି ୨୧୩୦୪ ଜଣ ସ୍ବାସ୍ଥ୍ୟସେବା ହିତାଧିକାରୀଙ୍କୁ ଟୀକା ଦେବା ଲକ୍ଷ୍ୟ ରଖାଯାଇଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ୨୨୩୬୪ ଜଣ ହିତାଧିକାରୀ (୧୦୫%) ଟୀକା ନେଇଛନ୍ତି। କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦୃଷ୍ଟିଗୋଚର ହୋଇନାହିଁ। #OdishaFightsCorona pic.twitter.com/yVBv5ZO9Q7
— I & PR Department, Odisha (@IPR_Odisha) January 23, 2021
ପ୍ରାୟ ୧୪ଟି ଜିଲ୍ଲାରେ ୧୦୦% ଟିକାକରଣ ଉପରେ ରିପୋର୍ଟ କରିଛନ୍ତି। ତନ୍ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୧୨୧.୭% ଟିକାକରଣ ହୋଇଥିଲା ବେଳେ ସୋନପୁରରେ ୧୧୯.୭% ରହିଛି।
ସେହିପରି ଭଦ୍ରକରେ ୧୧୬.୮% ଟିକାକରଣ ହୋଇଥିଲା ବେଳେ ବାଲାଙ୍ଗିରରେ ସର୍ବନିମ୍ନ ୫୦% ଟିକାକରଣ ପଞ୍ଜିକୃତ ହୋଇଛି।
Comments are closed.