Latest Odisha News

BREAKING NEWS

ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଗଲେ ଲାଲୁ ଯାଦବ

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏଥିପାଇଁ ଆଜି ତାଙ୍କୁ ରାଞ୍ଚି ହସ୍ପିଟାଲରୁ ଦିଲ୍ଲୀର ଏମ୍ସକୁ ପଠା ଯାଇଛି । ଏୟାର ଆମ୍ବୁଲାନ୍ସରେ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କ ଉପସ୍ଥିତିରେ ଲାଲୁଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଛି । ଏଥିପାଇଁ ରିମ୍ସରୁ ରାଞ୍ଚି ଏୟାରପୋର୍ଟ ପର୍ଯ୍ୟନ୍ତ ଗ୍ରୀନ କରିଡର ପ୍ରସ୍ତୁତ କରାଯାଇଥିଲା।

ଲାଲୁଙ୍କ ଫୁସଫୁସରେ ପାଣି ଜମିଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ତେଜସ୍ବୀ ଯାଦବ । ସେହିପରି ତାଙ୍କ କିଡନୀ ମଧ୍ୟ ଠିକ୍‌ ଭାବେ ଚଳପ୍ରଚଳ କରୁ ନଥିବା ଜଣାପଡ଼ିଛି । ଲାଲୁ ଶ୍ୱାସକ୍ରିୟାରେ ସମସ୍ୟା ଭୋଗୁଥିବା ବେଳେ ତାଙ୍କ ଫୁସଫୁସ ସଂକ୍ରମଣ ହୋଇଛି ।ପୂର୍ବରୁ ଲାଲୁଙ୍କ ହାର୍ଟ ସର୍ଜରୀ ହୋଇଥିଲା । ଶୁକ୍ରବାର ଲାଲୁଙ୍କ ଦୁଇ ପୁଅ, ପତ୍ନୀ ଓ ଝିଅ ମିସା ଭାରତୀ ହସ୍ପିଟାଲ ଆସି ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ ।

Leave A Reply

Your email address will not be published.