Latest Odisha News

BREAKING NEWS

କିମ୍ବଦନ୍ତୀ ଟକ୍ ସୋ’ ହୋଷ୍ଟ ଲ୍ୟାରି କିଙ୍ଗଙ୍କ ପରଲୋକ 

ଲସ୍ ଏଞ୍ଜେଲସ : ଲୋକପ୍ରିୟ ଟକ୍ ସୋ’ ହୋଷ୍ଟ ଲ୍ୟାରି କିଙ୍ଗଙ୍କ ପରଲୋକ ହୋଇଛି  । ଲସ୍ ଏଞ୍ଜେଲସର କେଡାର୍ସ ସିନାଇ ମେଡିକାଲ ସେଣ୍ଟରରେ ୮୭ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଗତ ପ୍ରାୟ ୫୦ ବର୍ଷ ଧରି ସେ ବ୍ରଡକାଷ୍ଟ ଓ ରେଡିଓ ଟକ୍ ସୋ’ ଗୁଡିକରେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ORA ମିଡିଆ, ଦ ଷ୍ଟୁଡିଓ ଆଣ୍ଡ ନେଟଓ୍ବର୍କର ପ୍ରତିଷ୍ଠତା ଥିଲେ ଲ୍ୟାରି କିଙ୍ଗ୍ ।

ତାଙ୍କ ଦେହାନ୍ତର ସଠିକ କାରଣ ଜଣାପଡିନାହିଁ । ସେ ୧୯୮୫ ମସିହାରୁ ୨୦୧୦ ଯାଏଁ ନିରବଚ୍ଛିନ୍ନ ଭାବେ CNNରେ କାର୍ଯ୍ୟ କରିଆସୁଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି । 

ଲ୍ୟାରି କିଙ୍ଗ୍ ୫୦ ହଜାର ଅନ୍ ଏୟାର ଇଣ୍ଟରଭ୍ୟୁ କରିଛନ୍ତି । ଦଲାଇ ଲାମାଙ୍କ ଠାରୁ ଆରମ୍ଭ କରି ଏଲିଜାବେଥ ଟେଲର, ମିଖାଇଲ ଗୋରବଚେଭ୍ ଠାରୁ ବାରାକ୍ ଓବାମା ଏବଂ ବିଲଗେଟ୍ସଙ୍କ ଠାରୁ ଆରମ୍ଭ କରି ଲେଡି ଗାଗାଙ୍କ ପର୍ଯ୍ୟନ୍ତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷାତକାର ନେଇଛନ୍ତି ।

Leave A Reply

Your email address will not be published.