Latest Odisha News

BREAKING NEWS

ଶୀତ ଋତୁରେ ଓଡ଼ିଶା ଆସିଛନ୍ତି ୨୩ ଲକ୍ଷ ୫୫ ହଜାରରୁ ଉର୍ଦ୍ଧ୍ବ ବିଦେଶୀ ପକ୍ଷୀ

ଭୁବନେଶ୍ୱର: ଓଡିଶା ମୁହାଁ ବିଦେଶୀ ପକ୍ଷୀ । ୨୦୨୪-୨୫ ବର୍ଷ ଶୀତ ଋତୁରେ ଓଡ଼ିଶା ଆସିଛନ୍ତି ୨୩ ଲକ୍ଷ ୫୫ ହଜାର ୮୫୦ଟି ବିଦେଶୀ ପକ୍ଷୀ । ଏ ନେଇ ଗୃହରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ଉତ୍ତର ରଖି ମନ୍ତ୍ରୀ ଖୁଣ୍ଟିଆ କହିଛନ୍ତି ଯେ, ୫୨ଟି ବିଦେଶୀ ପକ୍ଷୀ ଜଳାଶୟକୁ ଆସିଥିବାବେଳେ ଚିଲିକା ଡିଭିଜନ୍‌କୁ ଆସିଛନ୍ତି ସର୍ବାଧିକ ୧୧ ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀ । ତେବେ କେତେ ସଂଖ୍ୟକ ପକ୍ଷୀ ଫେରିଯାଇଛନ୍ତି ତାହାର କୌଣସି ପ୍ରକାର ଆକଳନ ହୋଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ଶୀତଋତୁରେ ସୁଦୂର ବରଫାବୃତ୍ତ ଅଞ୍ଚଳ ସାଇବେରିଆ, ରୁଷିଆ, କାଜାଖସ୍ତାନ, ଇରାନ, ଇରାକ, ମଙ୍ଗୋଲିଆ ଆଦି ଅଞ୍ଚଳରୁ ପ୍ରବଳ ହିମପ୍ରବାହ ଓ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ପକ୍ଷୀମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାକୁ ଆସିଥାନ୍ତି । ଏହା ସହ ପାଖାପାଖି ସାଇବେରିଆରୁ ଅଧିକ ପ୍ରଜାତିର ପକ୍ଷୀମାନେ ଚିଲିକାକୁ ପସନ୍ଦ କରିଥାନ୍ତି । ଏଠାକୁ ଆସି ଅଣ୍ଡା ଦେଇଥାନ୍ତି । ବିଶେଷ ଭାବରେ ଏହି ପକ୍ଷୀମାନେ ପ୍ରଜନନ, ସେମାନଙ୍କ ଶାବକମାନଙ୍କୁ ଖାଦ୍ୟ ଏବଂ ନିଜେ ବଞ୍ଚିବାକୁ ଏକ ସର୍ବୋତ୍ତମ ପରିବେଶ ଏବଂ ବାସସ୍ଥାନ ଖୋଜିବା ପାଇଁ ହଜାର ହଜାର ମାଇଲ ଆସି ଓଡିଶାର ଏକାଧିକ ସ୍ଥାନରେ ବସା ବାନ୍ଧିଥାଆନ୍ତି ।

Leave A Reply

Your email address will not be published.