Latest Odisha News

ଚିଟଫଣ୍ଡ୍ ଟଙ୍କା ଫେରି ପାଇଲେଣି ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ….

ଭୁବନେଶ୍ୱର: ୪ ଲକ୍ଷରୁ ଅଧିକ ଲୋକ ଚିଟଫଣ୍ଡ ଟଙ୍କା ଫେରିପାଇଲେଣି ବୋଲି ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ, ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ ଫେରି ପାଇଲେଣି ଚିଟଫଣ୍ଡ ଟଙ୍କା । ରୋଜ ଭ୍ୟାଲି ଗ୍ରୁପ, ଗୋଲଡେନ୍ ଲ୍ୟାଣ୍ଡ ଭ୍ୟାଲୁ ଏବଂ ହାଇଟେକ୍ ଇଷ୍ଟେଷ୍ଟ ପ୍ରମୋଟର ଗ୍ରୁପର ୮ ଲକ୍ଷ ୭୮ ହଜାର ୯୫୩ ଆବେଦନକାରୀଙ୍କ ମଧ୍ୟରୁ ୩ ଲକ୍ଷ ୨୭ ହଜାର ୬୪୨ ଜମାକାରୀଙ୍କୁ ୧୨୮ କୋଟି ଟଙ୍କା ଫେରସ୍ତ କରାଯାଇଛି ।

ସେହିପରି କମିଶନ ସୁପାରିଶ କରିଥିବା ୯୯ ହଜାର ୮୪୫ କ୍ଷୁଦ୍ର ଜମାକାରୀଙ୍କୁ ୪୭ କୋଟି ଟଙ୍କା କର୍ପସ ଫାଣ୍ଠିରୁ ଫେରସ୍ଥ କରାଯାଇଛି । ଏହା ସହ ୮ଟି ସଂସ୍ଥାର ସମ୍ପତ୍ତି ଜବତ ସହ ବାଜ୍ୟାପ୍ତି ଫଳରେ ସରକାରଙ୍କୁ ସାଢେ ୮ କୋଟିରୁ ଅଧିକ ରାଶି ପ୍ରାପ୍ତ ହୋଇଛି ।

୬୮ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର ଆସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ନିମନ୍ତେ ୯୦ଟି ପ୍ରସ୍ତାବକୁ ରାଜ୍ୟ ସରକାର ଆଦେଶ ଦେଇଥିବା ବେଳେ ୪୨ଟି ନିର୍ଦ୍ଦେଶକୁ ନ୍ୟାୟାଳୟ କାଏମ ରଖିଛନ୍ତି ବୋଲି ବିଧାୟକ ଗଣେଶ୍ଵର ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।

Leave A Reply

Your email address will not be published.