Latest Odisha News

BREAKING NEWS

ବର୍ଷକରେ ୫୦୦ କୋଟି ଟଙ୍କାର ଆଂଟିବାୟୋଟିକ ଖାଇଗଲେ ଭାରତୀୟ

ନୂଆଦିଲ୍ଲୀ: ଭାରତୀୟଙ୍କ ମନଇଚ୍ଛା ଔଷଧ ବ୍ୟବହାର ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି । ତାହା ପୁଣି ଡାକ୍ତରଙ୍କ ପରାମର୍ଶ ବିନା ବ୍ୟବହାର କରାଯାଇଛି । ରିପୋର୍ଟ ମୁତାବକ ୨୦୧୯ରେ ଭାରତୀୟମାନେ ୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆଂଟିବାୟୋଟିକ ଖାଇଛନ୍ତି । ଆଜିଥ୍ରୋମାଇସିନକୁ ସର୍ବାଧିକ ବ୍ୟବହାର କରାଯାଇଛି । କରୋନା ସମୟରେ ନିଜ ରୋଗକୁ ଚାପି ରଖି ଔଷଧ ଦୋକାନରୁ ସିଧାସଳଖ ଏହା କିଣା ଯାଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି । ସ୍ୱାସ୍ଥ୍ୟ ସମ୍ପର୍କିତ ଗବେଷଣା କରୁଥିବା ଳାନସେଟ ରିଜିଓନାଲ ହେଲଥ ସାଉଥଇଷ୍ଟ ଏସିଆ ପତ୍ରିକାରେ ଏହି ତଥ୍ୟ ପ୍ରକାଶ ପାଇଛି ।

BjdElectrycity

ଭାରତରେ ଏଥିନେଇ ନିୟମକୁ ଆହୁରି କଡା କରିବା ପାଇଁ ଉକ୍ତ ସଂସ୍ଥା ପରାମର୍ଶ ଦେଇଛି । ଆମେରିକା ଓ ୟୁରୋପରେ ଆଂଟିବାୟୋଟିକ ବ୍ୟବହାର ଉପରେ କଟକଣା ରହିଛି । ଯାହାକି ଭାରତରେ ଦେଖିବାକୁ ମିଳୁ ନାହିଁ । ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ଡାକ୍ତରମାନଙ୍କୁ ଲାଂଚ ଦେଇ ପାରାସିଟମଲ ଡୋଲୋ-୬୫୦ କୋଟି କୋଟି ଟଙ୍କାର କାରୋବାର କରିଥିଲା । ଯାହା ଏକ ଚିନ୍ତାର ବିଷୟ ପାଲଟିଥିଲା ।

Leave A Reply

Your email address will not be published.