Latest Odisha News

BREAKING NEWS

ସଠିକ ସମୟରେ ଲକ୍ଷଣ ଚିହ୍ନନ୍ତୁ, କିଡନୀ ରୋଗରୁ ସାବଧାନ ରୁହନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଦେଶରେ କିଡନୀ ଜନୀତ ରୋଗ ସମସ୍ୟା ଦିନକୁ ଦିନ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଦେଶରେ ବହୁ ସଂଖ୍ୟକ ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଫଳରେ ରୋଗୀ ଗୁରୁତର ହେଉଛନ୍ତି ଓ କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ ଘଟୁଛି।

ଆମ ଶରୀର ପାଇଁ କିଡନୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଏହାର ବିଶେଷ ଯତ୍ନ ନେବା ଆବଶ୍ୟକ। ବେଳେବେଳେ ଆମ ଶରୀର ଭିତରେ ବିଭିନ୍ନ ସମସ୍ୟା ଥାଏ କିନ୍ତୁ ଏ ସମ୍ପର୍କରେ ଆମର କୌଣସି ଧାରଣା ନଥାଏ । ଯଦି ଆମେ ଏହି ସମସ୍ୟା ସମ୍ପର୍କରେ ଠିକ୍ ସମୟରେ ଜାଣିପାରିବା, ତେବେ ଆମେ ଏକ ବଡ ରୋଗରୁ ରକ୍ଷା ପାଇପାରିବା।

ହୃତପିଣ୍ଡ ଓ ମସ୍ତିଷ୍କ ଭଳି ଆମ ଶରୀରରେ କିଡନୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ମନକୁ ଶାନ୍ତ ରଖିବା ପାଇଁ ଧ୍ୟାନ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ଯେପରି ବ୍ୟାମ କରିଥାଉ, ଠିକ୍ ସେହିଭଳି କିଡନୀ ଉପରେ ମଧ୍ୟ ବିଶେଷ ଯତ୍ନ ନେବା ଜରୁରୀ ଅଟେ । ଯେତେବେଳେ କିଡନୀରେ କୌଣସି ଅସୁବିଧା ହୁଏ, ଆମ ଶରୀରରେ ଅନେକ ପରିବର୍ତ୍ତନ ଘଟିବା ଆରମ୍ଭ ହୁଏ । ଯାହାକୁ ଚିହ୍ନିବା ଅତ୍ୟନ୍ତ ଆବଶ୍ୟକ । ଯଦି ଆପଣ ଏହି ଲକ୍ଷଣକୁ ଠିକ୍ ସମୟରେ ଚିହ୍ନନ୍ତି, ତେବେ କିଡନୀଜନୀତ ଯେକୌଣସି ବଡ଼ ସମସ୍ୟାରୁ ବର୍ତ୍ତି ଯାଇପାରିବେ । ତେବେ ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ଯାହା ଉପରେ ଆପଣଙ୍କୁ ଧ୍ୟାନ ଦେବା ଆବଶ୍ୟକ।

ଶରୀରରେ ଅତ୍ୟଧିକ ଥକ୍କାପଣ…

ଶରୀରରେ ଛୋଟ ପରିବର୍ତ୍ତନକୁ ଅଣଦେଖା କରନ୍ତୁ ନାହିଁ, ନଚେତ ଏହା ଭବିଷ୍ୟତରେ ଖରାପ ଦିଗକୁ ଗତି କରିପାରେ । ଯଦି ଆପଣ କମ୍ କାମ କରିବା ସତ୍ତ୍ୱେ ଶୀଘ୍ର ଥକ୍କି ଯାଉଛନ୍ତି ତେବେ ଏହା ଭଲ ଲକ୍ଷଣ ନୁହେଁ । ଏଠାରେ ଆପଣଙ୍କ ଶରୀରରେ ବିଷାକ୍ତ ପଦାର୍ଥର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ପଦାର୍ଥ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ସହିତ ରକ୍ତରେ ଥିବା ଅପରିଷ୍କାର ପଦାର୍ଥର ପରିମାଣ ବଢିବାରେ ଲାଗେ ଏବଂ ପରେ କିଡନୀ ଉପରେ ପ୍ରଭାବ ପଡେ ।

ନିଦ୍ରା ହୀନତା…

ନିଦ କମ୍ ହେବା ବା ନିଦ୍ରା ହୀନତା ଭଳି ସମସ୍ୟା କିଡନୀ ରୋଗ ସହିତ ଜଡିତ । ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ, ନଚେତ୍ ପରେ କିଡନୀ ନଷ୍ଟ ହେବାର ଆଶଙ୍କା ଥାଏ । ଅନ୍ୟ ଏକ ଲକ୍ଷଣ ହେଉଛି ତ୍ୱଚା ସୁଷ୍କ ହେବା । ଯଦି ଆପଣଙ୍କ ତ୍ୱଚା ହଠାତ୍ ଶୁଖିବା ସହ କୁଣ୍ଡେଇବା ଭଳି ସମସ୍ୟା ଦେଖାଦିଏ, ତେବେ ସତର୍କ ରୁହନ୍ତୁ । ଏହି କ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଏବଂ କିଡନୀ ପରୀକ୍ଷା କରାନ୍ତୁ । ରକ୍ତରେ ବିଷାକ୍ତ ପଦାର୍ଥର ବୃଦ୍ଧି ହେତୁ ଏପରି ହୁଏ । ଗୋଡ ଫୁଲିଯିବା କିଡନୀ ରୋଗକୁ ମଧ୍ୟ ସୂଚିତ କରେ । ଯେତେବେଳେ ଶରୀରରେ ଏପରି ଲକ୍ଷଣ ଦେଖାଯାଏ ଆପଣ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ଏହାର ସଠିକ୍ ଚିକିତ୍ସା ଆରମ୍ଭ କରନ୍ତୁ ।

Leave A Reply

Your email address will not be published.