ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛନ୍ତି ଭିକାରୀ । ସବୁଠୁ ଅଧିକ ପୁରୁଣା ରାଜଧାନୀ କଟକରେ ରହିଛନ୍ତି ଭିକାରୀ । ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ବେଳେ ଏନେଇ କିଛି ଏପରି ତଥ୍ୟ ରଖିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ବିଧାୟକ ଲକ୍ଷ୍ମଣ ବାଗଙ୍କ ଲିଖିତ ପ୍ରଶ୍ନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଏବେ ମୋଟ ୫୨୮୪ ଜଣ ଭିକାରୀ ରହିଛନ୍ତି । ଏଥିମଧ୍ୟରୁ କଟକରେ ସର୍ବାଧିକ ୧୦୬୦ ଭିକାରୀ ଅଛନ୍ତି । ସେହିପରି ବରଗଡ଼ରେ ୫୯୫, ଗଞ୍ଜାମରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡରେ ୪୧୭ ଓ ପୁରୀରେ ୩୫୦ ଭିକାରୀ ରହିଛନ୍ତି ।
Comments are closed.