Latest Odisha News

ସୁନାରେ ନିବେଶର ମନ! ୟୁନିଅନ୍ ମ୍ୟୁଚୁଆଲ୍ ଫଣ୍ଡ ଆଣିଛି ଏହି ଦୁଇ ଇଟିଏଫ

ନୂଆଦିଲ୍ଲୀ: ସୁନା ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହା ଖୁବ ଶୀଘ୍ର ଏକ ଲକ୍ଷ ମୂଲ୍ୟରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏପରି ପରିସ୍ଥିତିରେ, ଯଦି ଆପଣ ସୁନାରେ ବିନିଯୋଗ କରିବା ପାଇଁ ଏକ ସହଜ ବିକଳ୍ପ ଖୋଜୁଛନ୍ତି, ତେବେ ୟୁନିଅନ୍ ମ୍ୟୁଚୁଆଲ୍ ଫଣ୍ଡର ଦୁଇଟି ନୂତନ ଗୋଲ୍ଡ ଇଟିଏଫ ବିଷୟରେ ଆପଣ ଜାଣିବା ଦରକାର ।

ସୁନା ପୁଣି ଥରେ ଏକ ଉତ୍କୃଷ୍ଟ ବିନିଯୋଗ ବିକଳ୍ପ ଭାବରେ ସାମ୍ନାକୁ ଆସିଛି । ଏହାର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଦୀପାବଳି ବେଳକୁ ଏହା ଏକ ଲକ୍ଷ  ମୂଲ୍ୟ ହେବ ବୋଲି ଆଶା କରାଯାଉଛି ।

ୟୁନିଅନ୍ ମ୍ୟୁଚୁଆଲ୍ ଫଣ୍ଡ ‘ୟୁନିଅନ୍ ଗୋଲ୍ଡ ଇଟିଏଫ୍’(‘Union Gold ETF’) ଏବଂ ‘ୟୁନିଅନ୍ ଗୋଲ୍ଡ ଇଟିଏଫ୍ ଫଣ୍ଡ ଅଫ୍ ଫଣ୍ଡ ’(Union Gold ETF Fund of Fund) ସ୍କିମ ବଜାରକୁ ଆଣିଛି । ଉଭୟଙ୍କୁ NSE ଏବଂ BSEରେ ତାଲିକାଭୁକ୍ତ କରାଯିବ । ତେବେ ଆପଣ ନିଜର ନିବେଶ ପୋର୍ଟଫୋଲିଓରେ ସୁନାରେ ବିନିଯୋଗ କରିବାକୁ ଚାହୁଁଛନ୍ତି ଯଦି ଆସନ୍ତୁ ଜାଣିବା କଣ ଖାସ୍ ରହିଛି..

କମ୍ପାନୀର ଉଭୟ ଗୋଲ୍ଡ ଇଟିଏଫ ୧୦ ଫେବୃଆରୀ ୨୦୨୫ରେ ଲଞ୍ଚ କରାଯାଇଛି। ଏହି ଦୁଇଟି ଓପନ ଏଣ୍ଡେଡ ଯୋଜନା । ଏଥିରେ ୟୁନିୟନ ଗୋଲ୍ଡ ଇଟିଏଫ ଘରୋଇ ବଜାରର ସୁନା ମୂଲ୍ୟକୁ ଟ୍ରାକ କରିବ। ଏଥିରେ ବିନିଯୋଗ କରୁଥିବା ଲୋକମାନେ ଯେକୌଣସି ସମୟରେ ଏଥିରୁ ଏଗଜିଟ୍ କରିପାରିବେ । ଏଥିରେ ଏଗଜିଟ୍ ଲୋଡ ନାହିଁ । ବିନିଯୋଗ ପରେ ଆପଣଙ୍କୁ ପାଞ୍ଚଟି କାର୍ଯ୍ୟଦିବସ ଭିତରେ ଇଟିଏଫ ୟୁନିଟ୍ ବଣ୍ଟନ କରାଯିବ, ଯାହାକୁ ଆପଣ ଯେକୌଣସି ସାଧାରଣ ସେୟାର ଭଳି ଟ୍ରେଡ କରିପାରିବେ ।

ସେହିପରି ଗୋଲ୍ଡ ଇଟିଏଫ୍ ଫଣ୍ଡ ଅଫ୍ ଫଣ୍ଡ  ସ୍କିମ, ଯାହା ୟୁନିଅନ୍ ଗୋଲ୍ଡ ଇଟିଏଫର ୟୁନିଟରେ ବିନିଯୋଗ କରିବ । ଏହା ଆପଣଙ୍କୁ ପରୋକ୍ଷରେ ସୁନାରେ ବିନିଯୋଗ କରିବାର ସୁଯୋଗ ଦେବ । ଯଦି ଆପଣ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଏହି ସ୍କିମ୍ ରୁ ଟଙ୍କା ରିଡିମ କରନ୍ତି, ତେବେ ଆପଣଙ୍କୁ ୧% ଏଗଜିଟ୍ ଲୋଡ୍ ଆଦାୟ କରାଯିବ । ଏହି ଯୋଜନାଗୁଡିକରେ, ନିବେଶକମାନେ ସର୍ବନିମ୍ନ ୧୦୦୦ ଟଙ୍କା ବିନିଯୋଗ କରିପାରିବେ ଏବଂ ତା’ପରେ ୧ଟଙ୍କାର ଗୁଣନରେ ବିନିଯୋଗ କରିପାରିବେ ।

ଫିଜିକାଲ ଗୋଲ୍ଡର ଘରୋଇ ମୂଲ୍ୟକୁ ଟ୍ରାକ୍ କରି ଏହି ଫଣ୍ଡକୁ ପରିଚାଳନା କରିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ଏହି ଦୁଇ ଫଣ୍ଡର ପରିଚାଳନା ଦାୟିତ୍ବ ବିନୋଦ ମାଲଭିଆଙ୍କୁ ଦିଆଯାଇଛି, ଯିଏ ୟୁନିୟନ ଏମସିରେ ଏକ ଫଣ୍ଡ ମ୍ୟାନେଜର ଅଟନ୍ତି। ଫଣ୍ଡ ପରିଚାଳନାରେ ତାଙ୍କ ପାଖରେ ଅଧିକ ଦିନର ଅଭିଜ୍ଞତା ଅଛି ।

 

Comments are closed.