Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ପ୍ରସାରିତ ହେବ ସ୍କନ୍ଦ ପୁରାଣ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଦିବଙ୍ଗତ ପ୍ରତିଷ୍ଠାତା ଗୋପୀନାଥ ମହାନ୍ତିଙ୍କ ସ୍ମୃତିରେ ସଞ୍ଚିତା ମହାନ୍ତି ଓ ପରିବାରର ସହଯୋଗରେ ପ୍ରଥମ ଥର ପାଇଁ ଓଡ଼ିଆରେ ମହାପ୍ରଭୁଙ୍କ ସ୍କନ୍ଦ ପୁରାଣ( ଉତ୍କଲଖଣ୍ଡ) ଶ୍ରୀଦାରୁବ୍ରହ୍ମଙ୍କ ଅମର ଗାଥା ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟଙ୍କ ପ୍ରବଚନ ମଧ୍ୟମରେ ଟିଭି ଓ ଭିଡ଼ିଓରେ ପ୍ରସାରିତ କରାଯିବ । ଓଡ଼ିଶାର ଘରେ ଘରେ ସ୍କନ୍ଦ ପୁରାଣର ପ୍ରଚାର ପ୍ରସାର ପାଇଁ ଏହାକୁ ୧୭ଭାଗରେ ଅଶୋକ ଷ୍ଟୁଡିଓ ଦ୍ଵାରା ପ୍ରସ୍ତୁତ କରାଯାଇଛି ।

ଓଡ଼ିଶାରେ ପ୍ରଥମ ଥର ପାଇଁ ଓଡ଼ିଆ ରେ ମହାପ୍ରଭୁ ଙ୍କ ସ୍କନ୍ଦ ପୁରାଣ,( ଉତ୍କଲଖଣ୍ଡ) ମହାପ୍ରଭୁ ଙ୍କ ସ୍କନ୍ଦ ପୁରାଣ,( ଉତ୍କଲଖଣ୍ଡ) ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ଙ୍କ ପ୍ରବଚନ ମଧ୍ୟମରେ ଟିଭି ଓ ଭିଡ଼ିଓରେ ଦେଖିବା ନିମନ୍ତେ ପ୍ରସାରିତ କରାଯିବ ।

ସ୍କନ୍ଦପୁରାଣର ପ୍ରଥମ ଭାଗ ପବିତ୍ର ନୀଳାଦ୍ରି ବିଜେ ଓ ଗୁରୁ ପୂର୍ଣ୍ଣିମା ଅବସରରେ ପ୍ରଥମ ଭାଗ ସଭାପତି ପ୍ରଭାତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁଗୁଲ ମିଟ ମାଧ୍ୟମରେ ହୋଇଥିବା ଆଲୋଚନା ଚକ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ସମର୍ପିତ କରାଯାଇଛି ।

ଦାମୋଦର ରାଉତଙ୍କ ଭଜନ ପରିବେଷଣ ସହ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପରେ, ମହାରାଷ୍ଟ୍ର ଓଡ଼ିଆ ଅନୁଷ୍ଠାନର ସଭାପତି ଭଗବାନ ପଣ୍ଡା, ଶ୍ରୀଜଗନ୍ନାଥଙ୍କ ବିଷୟରେ ଆଲୋଚନା କରି, ସ୍କନ୍ଦପୁରାଣରେ ଓଡ଼ିଆ ସରଳ ଭାଷାରେ ଅନୁବାଦଓଡ଼ିଶାରେ ଘରେ ଘରେ ଆଦୃତ ହେବ ବୋଲି ମତ ପ୍ରକାଶ କରିଥିଲେ। ଗୋଟେ ଭଲ ମଣିଷ ହୋଇ ନିଜ ମଣିଷ ଜନ୍ମର ସାର୍ଥକତା ପ୍ରତିପାଦନ କରିବାବିଷୟରେ ହର ପ୍ରସନ୍ନ ଦାସ ମତ ପ୍ରକାଶ କରିଥିଲେ । ପଣ୍ଡିତ ଦାଶରଥି ସାମନ୍ତରାୟ, ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଓ ସ୍କନ୍ଦ ପୁରାଣ ସମନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସଞ୍ଚିତା ମହାନ୍ତି, ଉପଦେଷ୍ଟା ବାଳକୃଷ୍ଣ ପଣ୍ଡା, ରବି ନାରାୟଣ ମିଶ୍ର, ଅଜୟ ହରିଚନ୍ଦନ, ସମ୍ପାଦକ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଅଖିଳ କୁମାର ସାହୁଙ୍କ ସହ ଅନ୍ୟ ସଦସ୍ୟା ଓ ସଦସ୍ୟମାନେ ଯୋଗ ଦେଇଥିଲେ ।

 

Leave A Reply

Your email address will not be published.