Latest Odisha News

ଓଡ଼ିଶାରେ ୧୪ କୋଟିର କ୍ୟୁଆର୍ କୋଡ୍ ସ୍କାମ୍, ନୋଏଡାରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏକ ବଡ଼ ଧରଣର କ୍ୟୁଆର୍ କୋଡ୍ ସ୍କାମର ପର୍ଦ୍ଦାଫାସ କରିଛି ଅର୍ଥନୈତିକ ଅପାରାଧ ଶାଖା (EOW) । ୧୪ କୋଟିର ସାଇବର ଫ୍ରଡ୍ ହୋଇଥିବା ବେଳେ ମାମଲାରେ ଇଓଡବ୍ଲୁ ଜଣେ ଅଭିଯୁକ୍ତଙ୍କୁ ୟୁପିର ନୋଏଡାରୁ ଗିରଫ କରିଛି । ଆଉ ବଡ଼ କଥା ହେଲା ଏହି ଫ୍ରଡ୍ ହୋଇଛି ଏକ ଫାଇନାନ୍ସିଆଲ୍ କମ୍ପାନୀ ସହ ।

ନୋଏଡାରୁ ଅଭିଯୁକ୍ତ କରଣ କୁମାର ସିଂଙ୍କୁ ଗିରଫ କରିଛି ଇଓଡବ୍ଲୁ । ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୪୨୦/୪୦୬/୪୬୭/୪୬୮/୪୭୧/୧୨୦ ବି ଲାଗିଛି । ଅଭିଯୁକ୍ତକୁ ସ୍ଥାନୀୟ କୋର୍ଟରେ ହାଜର ପରେ ଇଓଡବ୍ଲୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣିଛି ।

ଭୁବନେଶ୍ୱରର ଆଇସର୍ଭୟୁ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଚିଫ୍ ଟେକ୍ନୋଲୋଜି ଅଫିସର ସଞ୍ଜୀବ ପଣ୍ଡା ଅଭିଯୋଗ କରିଛନ୍ତି । ଏପ୍ରିଲ୍, ମେ ମାସରେ ଆଇସର୍ଭୟୁ ପକ୍ଷରୁ ନୋଏଡାର ପେୱାନ୍ ଡିଜିଟାଲ୍ ସର୍ଭିସେସ୍ ଡିଜିଟାଲ୍ ପେମେଣ୍ଟକୁ ନେଇ ବୁଝାମଣା କରିଥିଲେ । ଯେଉଁଥିରେ ଡିଜିଟାଲ୍ ପେମେଣ୍ଟ ଅନ୍ତର୍ଭୁକ୍ତ ଥିଲା । କମ୍ପାନୀ ୟୁପିଆଇରୁ ଏପିଆଇକୁ ଆସିଥିଲା ।

ଅଭିଯୋଗ ଅନୁସାରେ, ୨୦୨୩ ଜାନୁଆରୀ ୧୯ରେ ଆଇସର୍ଭୟୁ ବ୍ୟାଙ୍କ ଆକାଉଣ୍ଟ ଜମାରେ ଫରକ ଦେଖିବାକୁ ପାଇଥିଲା । ଆଉ ୟୁପିଆଇ ଭେରିପିକେସନ୍ ପରେ ଜଣା ପଡ଼ିଥିଲା ପେୱାନ୍ ଡିଜିଟାଲର ନିର୍ଦ୍ଦେଶକ କରଣ ସିଂ ଓ ଲାଲୁ ସିଂ ଉଭୟ କ୍ୟୁଆର୍ କୋଡରେ ଗଡ଼ବଡ଼ କରି ପାଖାପାଖି ୧୪.୩୩ କୋଟି ଟଙ୍କାକୁ ୧୨୫ଟି ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି ।

ଏତେ ବଡ଼ ସ୍କାମରେ ଆହୁରି ଅନେକଙ୍କ ସମ୍ପୃକ୍ତି ଥିବା ତଦନ୍ତକାରୀ ସଂସ୍ଥା ଇଓଡବ୍ଲୁ ସନ୍ଦେହ କରୁଛି । ବଡ଼ କ୍ୟୁଆର୍ କୋଡ୍ ସ୍କାମ ପାଇଁ ଇଓଡବ୍ଲୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ସହ ଏଭଳି ଫ୍ରଡ୍ ପ୍ରଥମ ଥର ସାମ୍ନାକୁ ଆସିଛି । ଠକେଇର ଚେର ଚୀନକୁ ଲମ୍ବିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.