Latest Odisha News

BREAKING NEWS

ରବୀନ୍ଦ୍ରନାଥ ଟାଗୋର ଭୂମିକାରେ ଅନୁପମ ଖେର, ଫାଷ୍ଟ ଲୁକ ସେୟାର କଲେ

ମୁମ୍ବାଇ: ରବୀନ୍ଦ୍ରନାଥ ଟାଗୋର ଭୂମିକାରେ ନଜର ଆସିଲେ ଭେଟେରାନ ଅଭିନେତା ଅନୁପମ ଖେର । ଏହାର ଫାଷ୍ଟ ଲୁକ୍ ଅନୁପମ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିବା ସହିତ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି । ସେୟାର ହୋଇଥିବା ଭିଡିଓଟି କଳା-ଧଳା ଅଟେ । ଏଥିରେ ଅନୁପମଙ୍କୁ ରବୀନ୍ଦ୍ରନାଥ ଟାଗୋର ଭାବେ ଦେଖିବାକୁ ମିଳିଛି । ଧଳା ରଙ୍ଗର କେଶ ଏବଂ ବଡ ବଡ଼ ଦାଢିରେ ତାଙ୍କୁ ଚିହ୍ନିବା ଅତ୍ୟନ୍ତ କଷ୍ଟକର ।

ଅନୁପମ କ୍ୟାପଶନରେ ଲେଖିଛନ୍ତି, ସେ ତାଙ୍କର ୫୩୮ ତମ ପ୍ରୋଜେକ୍ଟରେ ତାଙ୍କୁ ରବୀନ୍ଦ୍ରନାଥ ଟାଗୋର ଭୂମିକାରେ ସୁଯୋଗ ମିଳିଛି । ଖୁବ ଶୀଘ୍ର ଫିଲ୍ମ ବିଷୟରେ ବାକି ତଥ୍ୟ ସେୟାର କରିବେ ବୋଲି କହିଛନ୍ତି । ଅନୁପମ ବଲିଉଡ଼ରେ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା କାମ କରି ଆସୁଛନ୍ତିି । ସେ ପ୍ରତ୍ୟେକ ଭୁମିକାରେ ନିଖୁଣ ଅଭିନୟ କରି ଲୋକପ୍ରିୟ ହୋଇପାରିଛନ୍ତି ।

Leave A Reply

Your email address will not be published.