Latest Odisha News

BREAKING NEWS

ଖର୍ଚ୍ଚ ହିସାବ ମାଗିବାରୁ ପତିଙ୍କୁ ନିର୍ଧୁମ୍ ପିଟିଲେ ପତ୍ନୀ : ଭିଡ଼ିଓ ଭାଇରାଲ ପରେ ଥାନାରେ ମାମଲା ରୁଜୁ

କାନପୁର: ସ୍ୱାମୀ -ସ୍ତ୍ରୀ ମଧ୍ୟରେ ବିଭିନ୍ନ ପ୍ରକାରର ବିବାଦ ଏବଂ ଝଗଡା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ କିମ୍ବା ଦେଖି ମଧ୍ୟ ଥିବେ । ଯଦି ଝଗଡା ସୀମା ଅତିକ୍ରମ କରେ, ତାହାହେଲେ କଥା ସରିଲା । ପ୍ରାୟତଃ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର ମୂଳ କାରଣ ଅର୍ଥ ହୋଇଥାଏ । ଉତ୍ତରପ୍ରଦେଶର କାନପୁରରେ ମଧ୍ୟ ସମାନ ଘଟଣା ଘଟିଛି । ଏଠାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଟଙ୍କା ହିସାବ ଦେବାକୁ କହିବାରୁ, ସେ ରାଗିଯାଇ ନିର୍ଧୁମ ପିଟିଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, କାନପୁରର କୋଟୱାଲି ଅଞ୍ଚଳର ବାଦପୁର ଗାଁରେ ଜଣେ ପୁରୁଷଙ୍କୁ କିଛି ମହିଳା ଏକାଠି ମାଡ ମାରୁଥିବାର ନଜର ଆସିଛନ୍ତି । ଏହି ବ୍ୟକ୍ତିଙ୍କ ଅବସ୍ଥା ଦେଖି ଆପଣ ଦୁଃଖିତ ହେବେ କିନ୍ତୁ ଏହା ପଛର କାରଣ ଶୁଣିଲେ ଆପଣ ହସିବେ । ଶିବ କୁମାର ନାମକ ବ୍ୟକ୍ତି ଜଣକ ବନାରସରେ ତାଙ୍କ ଭାଇଙ୍କ ସହ ମିଶି କୁଲଫି ଷ୍ଟଲ୍ ଖୋଲିଛନ୍ତି । ଗାଁରେ ରହୁଥିବା ପତ୍ନୀଙ୍କ ନିକଟକୁ ଅଧିକାଂଶ ସମୟ ଟଙ୍କା ପଠାଇଥାନ୍ତି । ସେ ଘରକୁ ଫେରିବା ପରେ ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ ୮ କ୍ୱିଇଣ୍ଟାଲ ଗହମ ବିକ୍ରି କରି ଦେଇଛନ୍ତି । ଯେତେବେଳେ ଶିବ କୁମାର ଏହାର କାରଣ ଓ ଟଙ୍କା ବିଷୟରେ ପଚାରିଲେ, ପତ୍ନୀ ହଠାତ୍ ରାଗିଗଲେ । ଏତିକି କଥାରେ ମହିଳା ଜଣକ ତାଙ୍କ ଭଉଣୀ ସହିତ ମିଶି ଶିବ କୁମାରଙ୍କ ହାତ ଓ ଗୋଡ଼ ବାନ୍ଧି ପକାଇଦେଲେ । ତା’ପରେ ଏକ ବାଡ଼ି ସାହାଯ୍ୟରେ ନିର୍ଧୁମ୍ ପିଟିଲେ । ଆଖପାଖରେ ଅନେକ ଲୋକ ଏହାର ମଜା ନେବା ସହ ଭିଡ଼ିଓ କରୁଥିଲେ ମଧ୍ୟ କେହି ଆସି ତାଙ୍କୁ ବଞ୍ଚାଇ ନ ଥିଲେ ।

ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହି ସାମାନ୍ୟ କଥାକୁ ନେଇ ମହିଳା ଜଣକ କାହିଁକି ଏତେ ରାଗିଲେ ତାହା ଜଣାପଡ଼ିନାହିଁ ।

Leave A Reply

Your email address will not be published.