Latest Odisha News

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ: ବଦଳିଲେ ଆଉ ୬ ଓଏଏସ୍ ଅଫିସର

ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ତାଗିଦ୍ ପରେ ବଦଳିଲେ ଆଉ ୬ ଓଏଏସ୍ ଅଫିସର। ନିର୍ବାଚନ କମିଶନଙ୍କ ଗାଇଡଲାଇନ ଆଧାରରେ ଏହି ଅଧିକାରୀମାନଙ୍କ ବଦଳି ହୋଇଥିବା ଜଣାପଡ଼ିଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟ ସରକାର ଗତକାଲି ୨୮ଜଣ ଓଏଏସ୍ ଅଫିସର ଓ ୫ଜଣ ଓଆରଏସ୍ ଅଫିସରଙ୍କ ବଦଳି କରିଥିଲେ ।

ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନରେ ସଦସ୍ୟ ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଶିବାନୀ ମହାନ୍ତିଙ୍କୁ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ଣୁପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବରିଷ୍ଠ ଓଏଏସ୍ ଶାନ୍ତିପ୍ରଭା ପ୍ରଧାନଙ୍କୁ ରାଜ୍ୟ ଖାଦ୍ୟ କମିଶନରେ ସଦସ୍ୟ ସଚିବ ଭାବେ ସ୍ଥାନାନ୍ତର କରାଯାଇଛି। ଓଏଏସ୍ ଦୟାସିନ୍ଧୁ ପରିଡ଼ାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି ।

ଓଏଏସ୍ ନୀଳମାଧବ ମହାନନ୍ଦାଙ୍କୁ ରାୟଗଡ଼ା ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ସୌରଭ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ନିର୍ଲିପ୍ତା ମହାନ୍ତିଙ୍କୁ ଯାଜପୁରସ୍ଥିତ ଯଯାତି କେଶରୀ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲର ରେଜିଷ୍ଟ୍ରାର(ପ୍ରଶାସନିକ) ଭାବେ ବଦଳି ହୋଇଛି । ଶ୍ରୀମତୀ ପ୍ରଧାନଙ୍କ ଫେବୃୟାରୀ ୨୬ରେ ମାଲକାନଗିରି ଆଇଟିଡିଏକୁ ହୋଇଥିବା ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି ।

Leave A Reply

Your email address will not be published.