Latest Odisha News

BREAKING NEWS

ଦିଲ୍ଲୀ କଂଗ୍ରେସ ପ୍ରଭାରୀ ପଦ ଛାଡିଲେ ପି. ସି. ଚାକୋ

ନୂଆଦିଲ୍ଲୀ: ଚଳିତ ବିଧାନସଭା ନିର୍ବାଚନରେ ପୁଣି ଥରେ ଦିଲ୍ଲୀରେ ମୂଳପୋଛ ହୋଇଛି କଂଗ୍ରେସ । ଖାତା ବି ଖୋଲି ପାରିଲା ନାହିଁ । ଶୋଚନୀୟ ପରାଜୟ ପରେ ଆରମ୍ଭ ହୋଇଛି ମାନସମନ୍ଥନ । ପଦ ଛାଡିଲେ କଂଗ୍ରେସ ଦିଲ୍ଲୀ ପ୍ରଭାରୀ ପି. ସି. ଚାକୋ । ଆଜି ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।

୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନ ପରଠୁ କଂଗ୍ରେସର ଅଧପତ୍ତନ ଆରମ୍ଭ ହୋଇଥିଲା । ତାପୂର୍ବରୁ ଶିଲା ଦୀକ୍ଷିତ ଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆପର ଏଣ୍ଟ୍ରି ସହ କଂଗ୍ରେସ ଭୋଟ ବ୍ୟାଙ୍କ ଭାଗ ହୋଇଥିଲା । ବିଶେଷ କରି ମୁସଲିମ୍ ଭୋଟ ଯାଇଥିଲା ଆପ ପକେଟକୁ ।

Leave A Reply

Your email address will not be published.