Latest Odisha News

BREAKING NEWS

ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର

ଯାଜପୁର: ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ୍ ନନ୍ଦ ସାରଙ୍କର ପରଲୋକ । ୧୦୪ ବର୍ଷ ବୟସରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନ୍ତାନ୍ତର ହୋଇଥିଲେ । କିଛି ଦିନ ତଳେ ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡ଼ି ଯାଇଥିଲେ । ଏହା ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ସେ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ । ତା’ପରେ ତାଙ୍କୁ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା ।  ନଭେମ୍ବର ୯ ତାରିଖରେ ସେ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ୍‌ର କନ୍ତିରା ଗାଁର ବାସିନ୍ଦା ନନ୍ଦ ସାର୍ ୭୫ ବର୍ଷ ହେଲାଣି ଗାଁ ଛୁଆଙ୍କୁ ପାଠପଢ଼ାଇ ଆସୁଥିଲେ । ତେବେ ଏଥିପାଇଁ ସେ କୌଣସି ପାରିଶ୍ରମିକ ନେଉନଥିଲେ ।

Leave A Reply

Your email address will not be published.