Latest Odisha News

BREAKING NEWS

ପୁରୀ-ଅଜମେର ଟ୍ରେନରେ ହଠାତ୍ ଲାଗିଲା ନିଆଁ

ଟିଟିଲାଗଡ଼ : ପୁରୀ ଅଜମେର ଟ୍ରେନରେ ଆଜି ସକାଳୁ ହଠାତ୍ ନିଆଁ ବାହାରିଥିଲା। ଫଳରେ ଟ୍ରେନଟି ଘଣ୍ଟାଏ କାଳ ଟିଟିଲାଗଡ଼ ଜଙ୍କସନରେ ଅଟକି ରହିଥିଲା। ବଗି ନମ୍ବର ଏସ୍ ୭ରେ ବ୍ରେକ ଜୋରରେରେ ଘସି ହେବା ଯୋଗୁଁ ଏହି ନିଆଁ ଲାଗିଥିଲା ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ସିଏନଡବ୍ଲୁ ବିଭାଗ ପହଁଞ୍ଚି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ।

ପରେ ଟିଟିଲାଗ ଷ୍ଟେସନରେ ଜଣେ ଯାତ୍ରୀ ଏ ସମ୍ପର୍କରେ ସ୍ଥାନୀୟ ଜିଆରପିଏଫକୁ ସୂଚନା ଦେଇଥିଲେ। ପ୍ରାୟ ୧ ଘଣ୍ଟା ବିଳମ୍ବରେ ଟିଟିଲାଗଡ଼ ଷ୍ଟେସନରୁ ଟ୍ରେନ ଛାଡିଥିଲା। ଏହା ଫଳରେ ସମ୍ବଲପୁର-ତପସ୍ୱିନୀ ଏକ୍ସପ୍ରେସ ଟ୍ରେନ ବିଳମ୍ବ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.