Latest Odisha News

BREAKING NEWS

କିଡନୀ ଚିକିତ୍ସା ପାଇଁ ଜୟପୁରରୁ କଟକ ଏସ୍‌ସିବି ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: କିଡନୀଜନିତ ସମସ୍ୟାକୁ ନେଇ ଜୟପୁରରୁ କଟକ ଏସ୍‌ସିବି ସ୍ଥାନାନ୍ତର ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ ।  ପ୍ରଥମେ କାଜୁଆଲିଟି ଓ ପରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।  କମଳା ପୂଜାରୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ଗଠନ କରାଯାଇଛି ।  ୨୧ ତାରିଖରେ ଅସୁସ୍ଥ ହୋଇ ଜୟପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲ କମଳା ପୂଜାରୀ । 

କମଳା ପୂଜାରୀଙ୍କୁ ଜ୍ବର ସହ ଝାଡା ହେବାରୁ ଜୟପୁର ବ୍ଲକ୍‌ ପାତ୍ରପୁଟସ୍ଥିତ ବାସଭବନରୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପ୍ରଥମେ ଅଣାଯାଇ ଚିକିତ୍ସା କରାଯାଉଥିଲା । ଭେଷଜ ବିଭାଗର ଏଚ୍ଓଡି ଡା. ସୁନୀଲ କୁମାର ଭତ୍ରାଙ୍କ ସମେତ ୪ ଜଣ ଡାକ୍ତର ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ।

କମଳା ପୂଜାରୀଙ୍କର  ସ୍ବାସ୍ଥ୍ୟାବସ୍ଥ‌ାରେ ସାମାନ୍ୟ ସୁଧାର ଆସିଥିଲେ ସୁଦ୍ଧା ପୂର୍ବରୁ ରହିଥିବା କିଡ୍‌ନି ସମସ୍ୟା ଯୋଗୁ ତାଙ୍କର ଚିକିତ୍ସା ଦରକାର ପଡୁଥିଲା ।  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେଫ୍ରୋଲୋଜି ବିଶେ‌ଷଜ୍ଞ ନଥିବାରୁ କିଡ୍‌ନି ଜନିତ ସମସ୍ୟାର ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। କମଳାଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସା ଆରମ୍ଭ ହୋଇଛି ।

Leave A Reply

Your email address will not be published.