Latest Odisha News

BREAKING NEWS

ପାକିସ୍ତାନର ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ:ପାଇଲଟ ମୃତ

ଇସଲାମାବାଦ: ବୁଧବାର ଇସଲାମାବାଦରେ ଏକ ପାକିସ୍ତାନୀ ଏଫ-୧୬ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାକିସ୍ତାନରେ ହେବାକୁ ଥିବା ସାମରିକ ପରେଡ ପାଇଁ ଏହା ରିହର୍ସଲ କରୁଥିବା ସମୟରେ ଦୁର୍ଘଟଣା ଗସ୍ତ ହୋଇଥିବା କୁହାଯାଇଛି ।

ଇସଲାମାବାଦର ଶାକରପେରିଆନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ବିମାନର ପାଇଲଟ ୱିଙ୍ଗ କମାଣ୍ଡର ନୌମାନ ଆକ୍ରାମଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନୀ ବାୟୁସେନା ଦ୍ୱାରା ଏହି ଦୁର୍ଘଟଣା ବିଷୟରେ ସ୍ପଷ୍ଟ କରିଛନ୍ତି।

ପାକିସ୍ତାନ ଦିବସ ପାଳନ ପାଇଁ ଚଳିତ ମାସରେ ଇସଲାମାବାଦରେ ଆୟୋଜିତ ହେବାକୁ ଥିବା ବାର୍ଷିକ ସାମରିକ ପରେଡ ପୂର୍ବରୁ ଏହି ରିହର୍ସାଲ କରାଯାଇଥିଲା।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫୁଟେଜରୁ ଜଣାପଡିଛି ଯେ ବିମାନଟି ଏକ ଲୁପ୍ ଚେଷ୍ଟା କରିବା ପରେ ଭୂମିରେ ଖସିଯିବା ପରେ ଆକାଶରେ ଏକ ବଡ଼ ଧୂଆଁ ବାହାରିଥିଲା।

Leave A Reply

Your email address will not be published.