Latest Odisha News

BREAKING NEWS

ବଜ୍ରପାତ ସହ ବର୍ଷା ଆଶଙ୍କା; ୧୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ନବରଙ୍ଗପୁର, କନ୍ଧମାଳ, ବରଗଡ, କଟକ (କଟକ ସିଟି), ଅନୁଗୁଳ, ଖୋର୍ଦ୍ଧା…

ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ରାଉରକେଲା: ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ମହିଳା ଆଇଆଇସି ସ୍ନିଗ୍ଧାରାଣୀ ସୁନା । ରାଉରକେଲା ସରକାରୀ କଲେଜରେ ଅଧ୍ୟାପକ ଥିବା ସ୍ୱାମୀଙ୍କ ନାଁରେ ସେ ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି। ରାଉରକେଲା…

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

କଟକ: ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ବିଚ୍ଛେଦକୁ ନେଇ ବାକବିତର୍କ ଲାଗି ରହିଛି । ଏଭଳି ସମୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା । ପ୍ରାପ୍ତ ସୂଚନାନୁଯାୟୀ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ…

ଆମେରିକା, ତାଇୱାନକୁ ଚୀନର ଧମକ, ନିଆଁ ସହିତ ଖେଳନି

ବେଜିଂ: ଆମେରିକା ଓ ତାଇୱାନକୁ ଚୀନ ଧମକ ଦେଇଛି । ଏଥିସହ ନିଆଁର ଖେଳ ନାହିଁ ବୋଲି ମଧ୍ୟ କହିଛି । ଆମେରିକାର ଅଣ୍ଡର ସେକ୍ରେଟାରୀ କୀଥ କ୍ରେଚ ତାଇୱାନରେ ଥିବା ବେଳେ ଚୀନର ୧୮ ଫାଇଟର ଜେଟ୍ସ ତାଇୱାନ ଆକାଶରେ ଉଡିଥିଲେ । ଏହି ଫାଇଟର ଜେଟ୍ସଗୁଡିକ ଫେରିବା ପରେ ରକ୍ଷା ମନ୍ତ୍ରଣାଳୟର ଜଣେ…

ଅକ୍ଟୋବର ୧ରୁ ଖୋଲିବ ଭିତରକନିକା ନେଚର କ୍ୟାମ୍ପ

ଭୁବନେଶ୍ୱର: ଅକ୍ଟୋବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ଡାଙ୍ଗମାଳ ନେଚର କ୍ୟାମ୍ପ । ଏସମ୍ପର୍କରେ ରାଜନଗର ମାଙ୍ଗ୍ରୋଭ ଫରେଷ୍ଟ ଆଣ୍ଡ ୱାଇଲ୍ଡଲାଇଫ୍ ଡିଭିଜନ୍ ଡିଏଫଓ ବିକାଶ ରଞ୍ଜନ ଦାସ ଟ୍ୱିଟ୍ କରିଛନ୍ତି । ଉକ୍ତ ଟ୍ୱିଟ୍…

ଭୁବନେଶ୍ୱରରେ ଓଲଟିଲା ପଥର ବୋଝେଇ ଟ୍ରକ୍‌; ୪ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ସ୍ଥିତ ମେଣ୍ଢାଶାଳ ଛକ ନିକଟରେ ଏକ ପଥର ବୋଝେଇ ମିନି ଟ୍ରକ୍ ଓଲଟି ପଡିବା ଫଳରେ ପ୍ରାୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଉକ୍ତ ଟ୍ରକଟି ଖୋର୍ଦ୍ଧାରୁ ଚନ୍ଦକା ଅଭିମୁଖେ ଯାଉଥିବା ବେଳେ କୌଣସି କାରଣବଶତଃ ଗାଡିଟି ଭାରସାମ୍ୟ ହରାଇ…

ଆଇପିଏଲ ଆଉ କିଛି ସମୟ ପରେ: ଚେନ୍ନାଇ ସୁପର କିଙ୍ଗ୍‌ସ-ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଉଦଘାଟନୀ ମୁକାବିଲା

ଶାରଜା: ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ । ଭାରତୀୟ ସମୟ ସନ୍ଧ୍ୟା ୭ଟା୩୦ରେ ଆଇପିଏଲର ଉଦଘାଟନୀ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ପ୍ରଶଂସକମାନେ ଦୀର୍ଘ ଦିନ ପରେ ପଡିଆରେ ମହେନ୍ଦ୍ର ସିଂ ଧୋନୀଙ୍କୁ…

ରାଜ୍ୟରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୯ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୯୧ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବରଗଡରୁ ୨, ଭଦ୍ରକରୁ ୧, ବଲାଙ୍ଗିରରୁ ୧, କଟକରୁ ୧, ଗଜପତିରୁ ୧, ପୁରୀରୁ ୧,…

ଏନଆଇଏକୁ ବହୁତ ବଡ ସଫଳତା: ପଶ୍ଚିମବଙ୍ଗ, କେରଳରୁ ଧରାପଡିଲେ ୯ ଅଲକାଏଦା ଆତଙ୍କବାଦୀ

ମୁର୍ସିଦାବାଦ:ପଶ୍ଚିମବଙ୍ଗର ମୁର୍ସିଦାବାଦ ଓ କେରଳର ଏର୍ନାକୁଲମରେ ୯ ଅଲକାଏଦା ଆତଙ୍କବାଦୀ ଗିରଫ ହୋଇଛନ୍ତି । ରାଷ୍ଟ୍ରୀୟ ଯାଂଚ ଏଜେନ୍ସି (ଏନଆଇଏ)ର ଏହା ଏକ ବହୁତ ବଡ ସଫଳତା ଭାବେ ବିବେଚନା କରାଯାଉଛି । ଆଗକୁ ଗିରଫଙ୍କ ସଂଖ୍ୟା ବଢ଼ିପାରେ ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି । ରାଜଧାନୀ…

ଓଡିଶାରେ ଆଉ ୪୨୦୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ ଘଣ୍ଟାରେ ନୂଆ ୪୨୦୯ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…